ସିରିଜ୍ ସ୍ୱପ୍ନ ଦେଖାଇବ ରାଜକୋଟ୍ ? ଟିମଇଣ୍ଡିଆ ପାଇଁ ବଡ଼ ଚ୍ୟାଲେଞ୍ଜ । କଙ୍ଗାରୁ ଦଳ ବିପକ୍ଷରେ ସିରିଜ୍ ବଞ୍ଚାଇବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦେବାକୁ ପଡ଼ିବ ଶ୍ରେଷ୍ଠ ପ୍ରଦର୍ଶନ ।

440

କନକ ବ୍ୟୁରୋ: ଆଜି ରାଜକୋଟରେ ଭାରତ ଖେଳିବ ଦ୍ୱିତୀୟ ଦିନିକିଆ ମ।।ଚ୍ । ଦିନିକିଆ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ଥିବାରୁ ଏହି ମ୍ୟାଚ ଭାରତ ପାଇଁ କର ବା ମର ଭଳି ରହିବ । କାରଣ ମ୍ୟାଚ୍ ହାରିଲେ ହାତରୁ ସିରିଜ ଖସିବଯିବ । ସେପଟେ କ୍ୟାପଟେନ୍ କୋହଲିଙ୍କ ପାଇଁ ଚ୍ୟାଲେଂଜ ହେବ ମଧ୍ୟକ୍ରମ । ୩ ନଂବର ଓ ୪ ନଂବର ସ୍ଥାନରେ ଖେଳିବ କିଏ ତାକୁ ନେଇ ଜୋର ଧରିଛି ଚର୍ଚା ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚକୁ ନେଇ ଏବେ ଚିନ୍ତାରେ ପଡିଛି ଟିମଇଣ୍ଡିଆ । କାରଣ ମୁମ୍ୱାଇରେ ପ୍ରଥମ ଦିନିକିଆକୁ ୧୦ ୱିକେଟରେ ହାରିଥିବା ଟିମଇଣ୍ଡିଆ ପାଇଁ ରାଜକୋଟରେ ଖେଳାଯିବାକୁ ଥିବା ଦିନିକିଆ ହୋଇଯାଇଛି ସମ୍ମାନର ପ୍ରଶ୍ନ । ୱାଙ୍ଖଡେରେ ୧୦ ୱିକେଟରେ ହାରିବା ପରେ ରାଜକୋଟ୍ ଦିନିକିଆ ପାଇଁ ଚାପରେ ଟିମଇଣ୍ଡିଆ । ବିଶେଷ କରି ଦଳର ମଧ୍ୟକ୍ରମର ଅନୀୟ ମିତ ପ୍ରଦର୍ଶନ ହିଁ କୋହଲିଙ୍କ ପାଇଁ ଏହି ଚାପ ସୃଷ୍ଟି କରିଛି ।

ପ୍ରଥମ ଦିନିକିଆରେ ବ୍ୟାଟିଂ ଅର୍ଡରରେ ତଳକୁ ଆସିଥିଲେ କୋହଲି । ଉଦେଶ୍ୟ ଥିଲା ରୋହିତ, ଶିଖର ଓ ରାହୁଲଙ୍କୁ ଉପରେ ପଠାଇ ବଡ ସ୍କୋର କରିବ ଟିମଇଣ୍ଡିଆ । କାମ ଦେଲାନି ଏହି ଫର୍ମୁଲା । ଶସ୍ତାରେ ଆଉଟ ହେଲେ ରୋହିତ, ରାହୁଲ ତ ଫେଲ୍ ମାରିଲେ କୋହଲି । ୩ ନଂବର ସ୍ଥାନ ବଦଳାଇବା ବୁମେରାଂ ହୋଇଥିଲା କୋହଲିଙ୍କ ପାଇଁ । ତେଣୁ ୱାଙ୍ଖଡେର ଭୁଲ୍ ରାଜକୋଟରେ ସୁଧାରିବାକୁ ଯୋଜନା କରୁଛନ୍ତି କୋହଲି ।

ଦଳରେ ନାହାନ୍ତି ରିସଭ ପନ୍ତ । ରାହୁଲ ସମ୍ଭାଳିବେ କିପିଂ, ୪ ନମ୍ୱର ସ୍ଥାନରେ ବ୍ୟାଟିଂ ବି କରିପାରିବେ । ପ୍ରଥମ ଦିନିକିଆରେ ବି ଆୟର ଭଲ ପ୍ରଦର୍ଶନ ଦେଇନଥିବାରୁ ରାଜକୋଟରେ ତାଙ୍କୁ ସୁଯୋଗ ମିଳିବା ଆଶା କମ୍ ଜଣାପଡୁଛି । ଏପରି ସ୍ଥିତିରେ ଆୟରଙ୍କୁ ବାଦ୍ ଦେଇ ରାଜକୋଟରେ କର୍ଣ୍ଣାଟକ ବ୍ୟାଟସ୍ ମ୍ୟାନ ମନୀଷ ପାଣ୍ଡେଙ୍କୁ ବି ସୁଯୋଗ ଦେଇପାରେ ଟିମ ମ୍ୟାନେଜମେଂଟ । ଶ୍ରୀଲଙ୍କା ବିପକ୍ଷ ଶେଷ ଟି ୨୦ ରେ ଦମଦାର ପ୍ରଦର୍ଶନ କରିଥିଲେ ପାଣ୍ଡେ ।

୩ ମ୍ୟାଚ ବିଶିଷ୍ଟ ସିରିଜରେ ଶୁକ୍ରବାର ରାଜକୋଟରେ ଦ୍ୱିତୀୟ ମ୍ୟାଚ । ୧-୦ରେ ସିରିଜ ଆଗୁଆ କଙ୍ଗାରୁ ଟିମକୁ ରୋକିବା କୋହଲିଙ୍କ ପାଇଁ ହେବ ବଡ ଚ୍ୟାଲେଞ୍ଜ । କାରଣ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ପୁରା ଦମ ଦେଖାଇଛି । ରାଜକୋଟରେ ବୋଲିଂ ଲାଇନ ଉପରେ ବି ଧ୍ୟାନ ରଖିବେ କୋହଲି । ବୁମରାଙ୍କ ନେତୃତ୍ୱରେ ଦ୍ରୁତ ବୋଲର ଭାବେ ଦଳରେ ସୈନୀ ଓ ସୁର୍ଦ୍ଧୁଳ ଠାକୁରଙ୍କ ମଧ୍ୟରୁ ଜଣକୁ ମିଳିପାରେ ସୁଯୋଗ । ସେହିପରି ସ୍ପିନର ଭାବରେ ରବୀନ୍ଦ୍ର ଜାଜେଡା ଖେଳିବା ସ୍ପଷ୍ଟ । ଏମିତିରେ କୁଲଦୀପ ଓ ଚହଲ ସ୍ପିନ ଯୋଡିରୁ ଜଣଙ୍କୁ ମିଳିପାରେ ସ୍ଥାନ । ରାଜକୋଟରେ କର ବା ମର ମ୍ୟାଚରେ ଦଳକୁ ଦେବାକୁ ହେବ ଶ୍ରେଷ୍ଠ ପ୍ରଦର୍ଶନ ।