‘ଆଧାର’ନମ୍ବର ଜାରି କରୁଥିବା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଛି କି କୌଣସି ସ୍କୁଲ୍ ଆଧାର ନ ଥିବା ହେତୁ କୌଣସି ଛାତ୍ରକୁ ନାମ ଲେଖାଇବାରୁ ବଂଚିତ କରିପାରିବେ ନାହିଁ।
ସଂପ୍ରତି ୟୁଆଇଡିଏଆଇ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ପତ୍ର ଲେଖି ସୂଚନା ଦିଆଯାଇଛି କି, କେତେକ ସ୍କୁଲ୍ ଆଧାର ନଥିବା ହେତୁ ଛାତ୍ରଛାତ୍ରୀଙ୍କୁ ନାମଲେଖାରୁ ବଂଚିତ କରୁଛନ୍ତି। ମାତ୍ର କୌଣସି ଶିଶୁ ଯେପରି ଆଧାର ନଥିବା ହେତୁ ଶିକ୍ଷା ଅଧିକାରରୁ ବଂଚିତ ନ ହୁଏ, ତାହା ତଦାରଖ କରିବାକୁ ହେବ।ଆଧାର ନଥିବା ହେତୁ ନାମ ଲେଖାଇବା ଲାଗି ବାରଣ କରିବା ଆଦୌ ଆଇନ ସମ୍ମତ ନୁହେଁ। କୌଣସି ଛାତ୍ର ଏହି କାରଣ ଲାଗି ଯେପରି ନାମ ଲେଖାରୁ ବଂଚିତ ନ ହୁଅନ୍ତି।
ୟୁଆଇଡିଏଆଇ ପକ୍ଷରୁ ଜାରି ଏହି ସୂଚନା ବହୁ ଅଭିଭାବକଙ୍କୁ ଆଶ୍ୱସ୍ତି ଦେଇଛି। କାରଣ ପିଲାଙ୍କର ଆଧାର ନ ଥିବା ହେତୁ ଅନେକ ଅଭିଭାବକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାର ଆଧାର ନାହିଁ, ସେ କ୍ଷେତ୍ରରେ ପରିଚୟ ପ୍ରମାଣ ଲାଗି ଅନ୍ୟ ଦସ୍ତାବିଜ ବ୍ୟବହାର କରାଯାଇପାରିବ ବୋଲି ୟୁଆଇଡିଏଆଇ ସ୍ପଷ୍ଟ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Aadhar-School-thumb2-750x500.jpg)