ମୁଖ୍ୟମନ୍ତ୍ରୀ ଦେଖାଇଲେ ପାୱାର ! ବଦଳି କରିବାକୁ କହିଲେ ବୋଲି ମହିଳା ଶିକ୍ଷୟତ୍ରୀଙ୍କୁ କଲେ ନିଲମ୍ବନ

33

ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାରରେ ସମସ୍ୟାର ସମାଧାନ କରିବା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ । ହେଲେ ସମସ୍ୟା ଶୁଣି କାହାକୁ ନିଲମ୍ବନ କରିବା ଘଟଣା ହୁଏତ କମ୍ ଦେଖିବାକୁ ମିଳିଥାଏ । ଉତ୍ତରାଖଣ୍ଡର ଜଣେ ୫୭ ବର୍ଷିୟା ମହିଳା ଶିକ୍ଷୟତ୍ରୀ ଜନତା ଦରବାରରେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ବଦଳି କରିବାକୁ କହିବାରୁ ତାଙ୍କୁ ନିଲମ୍ବନ ହେବାକୁ ପଡିଛି । ସୁଚନା ମୁତାବକ ବାରମ୍ବାର ନିଜର ବଦଳି ବିଷୟରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ । ଶେଷରେ କ୍ରୋଧିତ ହୋଇ ଜନତା ଦରବାରରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ସମସ୍ୟା ବିଷୟରେ କହିଥିଲେ ମହିଳା ଶିକ୍ଷୟତ୍ରୀ । ଯେଉଁଥି ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତ ତାଙ୍କୁ ନିଲମ୍ବିତ କରିଛନ୍ତି ।

ଜନତା ଦରବାରରେ ନିଲମ୍ବିତ ହୋଇଥିବା ମହିଳା ଶିକ୍ଷୟତ୍ରୀ ଉତ୍ତରା ପନ୍ତ ଦୀର୍ଘ ୨୫ ବର୍ଷ ହେବ ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ଏକ ପ୍ରାଇମେରୀ ସ୍କୁଲରେ ପାଠ ପଢ଼ାଉଛନ୍ତି । ଦୀର୍ଘ ବର୍ଷ ହେବ ନିଜ ପିଲାମାନଙ୍କ ଠାରୁ ଦୂରରେ ରହି ଶିକ୍ଷା ପ୍ରଦାନ କରୁଥିଲେ ମଧ୍ୟ ବଦଳି ପାଇଁ ଅନେକ ଥର ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ହେଲେ ଏ ପର୍ଯ୍ୟନ୍ତ କିଛି ସୁଫଳ ମିଳି ନଥିଲା । ଯାହାକୁ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାରରେ ଅସନ୍ତୋଷ ଦେଖାଇଥିଲେ ମହିଳା ଶିକ୍ଷୟତ୍ରୀ ଉତ୍ତରା ପନ୍ତ । ଏହାକୁ ନେଇ ଶିକ୍ଷୟତ୍ରୀଙ୍କ ଉପରେ ରାଗି ଯାଇଥିଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ।

ସୁଚନା ମୁତାବକ ଶିକ୍ଷୟତ୍ରୀ ଉତ୍ତରା ପନ୍ତଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ତାଙ୍କ ପିଲାମାନେ ଡେରାଡୁନ ଠାରେ ଏକାକୀ ରହୁଛନ୍ତି । ସେଥିପାଇଁ ସେ ବାରମ୍ବାର ବଦଳି କରିବାକୁ କହୁଥିଲେ ମଧ୍ୟ ସରକାର ଏ ବାବଦରେ କର୍ଣ୍ଣପାତ କରୁନାହାଁନ୍ତି । ତେବେ ଗତକାଲି ଉତ୍ତରାଖଣ୍ଡ ଠାରେ ଆୟୋଜିତ ଜନତା ଦରବାରରେ ଶିକ୍ଷୟତ୍ରୀ ଜଣକ ରାଗି ଯାଇ ମୁଖ୍ୟମନ୍ତ୍ରୀ ରାୱତଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ଜନତା ଦରବାରରେ ମହିଳା ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରିବା ପାଇଁ ଅଦେଶ ଦେଇଥିଲେ । କେବଳ ଏତିକି ନୁହେଁ ତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତ । ଏଠି ପ୍ରଶ୍ନ ଉଠୁଛି ଶିକ୍ଷୟତ୍ରୀଙ୍କୁ ୨୫ ବର୍ଷ ହେବ କାହିଁକି ବଦଳି କରାଯାଉ ନଥିଲା? ମୁଖ୍ୟମନ୍ତ୍ରୀ ନିଲମ୍ବିତ କରିବା ପୂର୍ବରୁ ଥରେ ଭାବିଛନ୍ତି ଶାନ୍ତ ହୋଇ ନିଷ୍ପତି ନେବାର ଆବଶ୍ୟକ ଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।