କନକ ବ୍ୟୁରୋ: ହକି ପାଇଁ ସରକାରୀ ଛୁଟି । ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ପୁରୁଷ ବିଶ୍ୱକପ୍ ହକି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ନଭେମ୍ବର ୨୭ ତାରିଖ ମଙ୍ଗଳବାର ଦିନ ବିଶ୍ୱକପ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ । ରାଜ୍ୟର ଅନ୍ୟ ଅଂଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଅପରାହ୍ଣ ସାଢେ ୧ଟାରୁ ବନ୍ଦ ରହିବ ।
ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ନଭେମ୍ବର ୨୭ ତାରିଖ ଦିନ ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ନିମନ୍ତେ ଅପରାହ୍ଣ ସାଢେ ୧ଟାରୁ ବନ୍ଦ ରହିବ ।
ସେହିପରି ୨୮ତାରିଖ ବୁଧବାର ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧ଟା ୩୦ମିନିଟରୁ ବନ୍ଦ ରଖିବା ପାଇଁ ସରକାର ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/HOCKEY-HOLIDAY.jpg)
/kanak/media/post_attachments/wp-content/uploads/2018/11/Schoolclosed6-300x169.jpg)
/kanak/media/post_attachments/wp-content/uploads/2018/11/School-closed-300x215.jpg)