ସ୍କୁଲରେ ତାଲା ପକାଇ ଧାରଣା ! ବାରଣ୍ଡାରେ ବସି ପଢୁଛନ୍ତି ଛାତ୍ରଛାତ୍ରୀ

31

କନକ ବ୍ୟୁରୋ: ବେସରକାରି ଘରଡିହରେ ବିଦ୍ୟାଳୟ ଥିବାରୁ ସ୍କୁଲରେ ତାଲା ପକାଇ ଦେଇଛନ୍ତି ଘରମାଲିକ । ସ୍କୁଲରେ ତାଳା ପକାଇ ଆନ୍ଦୋଳନରେ ବସିଛନ୍ତି ଘରମାଲିକା । ଫଳରେ ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରୀଛାତ୍ରୀ ।

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲିମସେର ଗାଁର ଚକ୍ରଧର ମେହେରଙ୍କ ଘରଡିହ ପ୍ଲଟରେ ରହିଛି ଲିମସେର ପ୍ରାଥମିକ ବିଦ୍ୟାଳୟ । ସ୍କୁଲ ନିର୍ମାଣ ସମୟରେ ସ୍କୁଲ ବାବଦକୁ ଚକ୍ରଧରଙ୍କୁ ଅନ୍ୟତ୍ର ଜାଗା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ଓ ଗ୍ରାମବାସୀ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ଯାଏଁ ଜାଗା ଖଣ୍ଡେ ଦିଆଯାଇନଥିଲା । ଫଳରେ ଚକ୍ରଧରଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ କାଯ୍ୟାଦେଶା ପାଇ ମଧ୍ୟ ଘର କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ଜାଗା ନଥିବାରୁ ସ୍କୁଲ ବାବଦକୁ ଜାଗା ପାଇଁ ଶିକ୍ଷା ବିଭାଗ ବିଭିନ୍ନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଚକ୍ରଧର । ହେଲେ ତାଙ୍କ କଥା କେହି ଗୁରୁତ୍ୱ ନଦେବାରୁ ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ଚକ୍ରଧର ମେହେର । ସ୍କୁଲରେ ତାଲା ପଡିବାରୁ ଛାତ୍ରଛାତ୍ରି ବାରଣ୍ଡାରେ ବସି ପାଠ ପଢିବା ଘଟଣାରେ ବାବଦରେ ଉଚ୍ଚ କର୍ତ୍ତୃପକ୍ଷକୁ ଜଣାଇଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ତେବେ ସ୍କୁଲ ସ୍ଥାନାନ୍ତର କରାନଗଲେ କିମ୍ବା ଅନ୍ୟତ୍ର ଜାଗା ନମିଳିବା ଯାଏଁ ଧାରଣାରେ ବସି ରହିବେ ବୋଲି ଚକ୍ରଧର କହିଛନ୍ତି ।