ଏସିଆ କପ୍ କ୍ରିକେଟ୍ କାର୍ଯ୍ୟସୂଚୀ ! ସେପ୍ଟେମ୍ବର ୧୯ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଦୁବାଇରେ ଲଢିବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ।

58

ପୁଣି ମୁହାଁମୁହିଁ ହେବେ ଭାରତ ପାକିସ୍ତାନ । ମଙ୍ଗଳବାର ଏସିଆ କପ୍ ୨୦୧୮ ପାଇଁ ଆଇସିସି ପକ୍ଷରୁ କ୍ରୀଡାସୂଚା ପ୍ରକାଶ ପାଇଛି । ସେପ୍ଟେମ୍ବର ୧୬ ତାରିଖରୁ ଦୁବାଇ ଠାରେ ଏସିଆ କପ ଆରମ୍ଭ ହେବା ନେଇ ଧାର୍ଯ୍ୟ କରାଯାଇଛି । ସେହିପରି ସେପ୍ଟେମ୍ବର ୨୬ ତାରିଖରେ ଦୁବାଇଠାରେ ଫାଇନାଲ ମ୍ୟାଚ୍ ଖେଳାଯିବ । ତେବେ ସେପ୍ଟେମ୍ବର ୧୯ ତାରିଖରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ ।
୨୦୧୭ ମସିହା ଚାମ୍ପିୟନ୍ସ ଟ୍ରଫିରେ ଶେଷ ଥର ପାଇଁ ମୁହାଁମୁହିଁ ହୋଇଥିଲେ ଭାରତ ପାକିସ୍ତାନ । ଯେଉଁଥିରେ ଭାରତକୁ ଫାଇନାଲ ମ୍ୟାଚରେ ପାକିସ୍ତାନଠାରୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା ।

ତେବେ ପୁଣି ଥରେ ଭାରତ ପାକିସ୍ତାନ ଏସିଆ କପ ୨୦୧୮ରେ ମୁହାଁମୁହିଁ ହେବାକୁ ଯାଉଥିବା ବେଳେ ଚାମ୍ପିୟନ୍ସ ଟ୍ରଫି ବଦଲା ନେବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କ ନେତୃତ୍ୱରେ ଏସିଆ କପ ପାଇଁ ପଡିଆକୁ ଓହ୍ଲାଇବ ଦଳ । ଭାରତ, ପାକିସ୍ତାନ ସମେତ ଶ୍ରୀଲଙ୍କା, ବାଲାଂଦେଶ ଏବଂ ଆଫଗାନିସ୍ତାନ ଅଂଶଗ୍ରହଣ କରୁଥିବା ବେଳେ ୟୁଏଇ, ସିଙ୍ଗାପୁର, ଓମାନ, ନେପାଳ, ମାଲେସିଆ ଏବଂ ହଂକଂ ମଧ୍ୟରୁ ଗୋଟିଏ ଦଳ ପ୍ରତିଯୋଗିତାରେ ପ୍ରବେଶ କରିବ । ଏସିଆ କପ ପାଇଁ ଦୁଇଟି ଗ୍ରୁପ କରାଯାଇଛି । ଗ୍ରୁପ ଏ ରେ ଭାରତ, ପାକିସ୍ତାନ ଏବଂ କ୍ୱାଲିଫାୟାର ଦଳ ରହିଥିବା ବେଳେ ଗ୍ରୁପ ବି ରେ ଶ୍ରୀଲଙ୍କା, ବାଲାଂଦେଶ ଏବଂ ଆଫଗାନିସ୍ତାନ ରହିଛନ୍ତି ।