ଆଜି ଆସିବ ନିର୍ଭୟା ଗଣଦୁଷ୍କର୍ମ ମାମଲାର ରାୟ ! ୪ ଦୋଷୀଙ୍କ ଫାଶିଦଣ୍ଡାଦେଶ ଉପରେ ଫଇସଲା ଶୁଣାଇବେ ସୁପ୍ରିମକୋର୍ଟ

24

କନକ ବ୍ୟୁରୋ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଆଜି ଆସିବ ରାୟ । ଦିନ ୨ଟା ପରେ ସୁପ୍ରିମକୋର୍ଟ ୪ ଦୋଷୀଙ୍କ ବିରୋଧରେ ରାୟ ଶୁଣାଇବା ସମ୍ଭାବନା ରହିଛି । ତେବେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ପୂର୍ବରୁ ହାଇକୋର୍ଟ ଓ ତଳକୋର୍ଟ ଫାଶିଦଣ୍ଡାଦେଶ ଶୁଣାଇ ସାରିଛନ୍ତି । ଆଜି ୪ ଦୋଷୀଙ୍କ ଆବେଦନ ଉପରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।

ନିର୍ଭୟା ମାମଲାର ୪ଦୋଷୀ ହେଲେ ମୁକେଶ, ବିନୟ, ପବନ ଓ ଅକ୍ଷୟ । ପୂର୍ବରୁ ୬ ଅଭିଯୁକ୍ତ ନାମରେ ଚାଲିଥିଲା ମାମଲା । ମାମଲାର ଶୁଣାଣି ଚାଲିଥିବା ବେଳେ ଜଣେ ଅଭିଯୁକ୍ତ ରାମସିଂହର ମୃତ୍ୟୁ ହୋଇଛି । ଅନ୍ୟ ଅଭିଯୁକ୍ତ ଜଣକ ନାବାଳକ ଥିବାରୁ ସୁଧାର ଗୃହରେ ତିନି ବର୍ଷ କାଟି ମୁକୁଳି ସାରିଛି ।

୧୬ଡିସେମ୍ବର ୨୦୧୨ରେ ନିର୍ଭୟା ନିଜ ପୁରୁଷ ବନ୍ଧୁ ସହ ଫିଲ୍ମ ଦେଖି ରାତିିରେ ଫେରୁଥିବା ବେଳେ ବସ୍ରେ ଗଣଦୁଷ୍କର୍ମ କରିଥିଲେ୬ ଅଭିଯୁକ୍ତ । ପରେ ମରଣାନ୍ତକ ଆକ୍ରମଣ କରି ରାସ୍ତାରେ ଫୋପାଡି ଦେଇଥିଲେ । ଗୁରୁତର ଅବସ୍ଥାରେ ନିର୍ଭୟାକୁ ପ୍ରଥମେ ଦିଲ୍ଲୀ ଏମ୍ସ ଓ ପରେ ସିଙ୍ଗାପୁର ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଡିସେମ୍ବର ୨୯ରେ ଆଖିବୁଜିଥିଲେ ପୀଡିତା ।