ଅ।ଧାର ଲିଙ୍କ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । ସଂସଦରେ ପାସ୍ ଆଇନକୁ ବିରୋଧ କରୁଥିବାରୁ ଜାହିର କଲେ ଅସନ୍ତୋଷ

33

କନକ ବ୍ୟୁରୋ : ଆଧାର କାର୍ଡ ଲିଙ୍କ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ । ମୋବାଇଲ ଫୋନ୍ ନମ୍ବରକୁ ଆଧାର ଲିଙ୍କ କରିବା ସଂପର୍କିତ ନିୟମ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମମତା ବାନାର୍ଜୀ । ଯାହାକୁ ନେଇ ମମତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ ଆଧାରର ବୈଧତା ନେଇ ମମତା ବାନାର୍ଜୀଙ୍କ ପଶ୍ଟିମବଙ୍ଗ ସରକାର ଉଠାଇଥିବା ପ୍ରଶ୍ନ ଉପରେ କଡା ଆଭିମୁଖ୍ୟ ଦେଖାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ନିୟମକୁ ରାଜ୍ୟ ସରକାର ଚ୍ୟାଲେଂଜ କରିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଏ.କେ. ସିକ୍ର. ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ମମତାଙ୍କୁ ଭତ୍ସନା କରି କହିଛନ୍ତି, ଆଧାର ସମ୍ବନ୍ଧିତ ବିବାଦର ପରୀ କ୍ଷା କରାଯିବ କିନ୍ତୁ ସଂସଦରେ ପାସ ହୋଇଥିବା ନିୟମ ବିରୋଧରେ ପିଟିସନ ଆବେଦନ କରିପାରିବେ ନାହିଁ ରାଜ୍ୟସରକାର ।

ସେହିପରି ଖଣ୍ଡପୀଠ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ସେ ବ୍ୟକ୍ତିଗତ ଭାବେ କୋର୍ଟରେ ଆବେଦନ କରିପାରିବେ ଯେଉଁଥିରେ କୁହାଯାଇଛି ଆଧାର କାର୍ଡ ବିନା ସାମାଜିକ ସୁରକ୍ଷା ସ୍କିମ ଲାଭ ବଢାଯାଇପାରିବ ନାହିଁ । ବ୍ୟକ୍ତିଗତ ଭାବେ ଯେକେହି ଆବେଦନ କରିପାରିବେ , କିନ୍ତୁ ରାଜ୍ୟ ସରକାର କରିପାରିବେ ନାହିଁ । ସାଧାରଣ ନାଗରିକ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆବେଦନ କଲେ ତାହାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି ।

କିନ୍ତୁ ଯଦି କେନ୍ଦ୍ର ସରକାରଙ୍କ ଆଇନକୁ ରାଜ୍ୟ ସରକାର ନମାନିବେ ତେବେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କ ନିୟମକୁ ଚ୍ୟାଲେଂଜ୍ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ମୋବାଇଲ ସହ ଆଧାର ସଂଯୋଗ ବାଧ୍ୟତାମୂଳକକରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ସହ ଚାରି ସପ୍ତାହ ସମୟ ମଧ୍ୟରେ ଜବାବ ଦାଖଲ ପାଇଁ ଖଣ୍ଡପୀଠ କହିଛନ୍ତି । । ନିଜ ମୋବାଇଲ ଫୋନ୍ କୁ ଆଧାର ଲିଙ୍କ କରିବେନି ବୋଲି ଖୋଲା ଚେତାବନୀ ଦେବା ସହ କେନ୍ଦ୍ରର ଏହି ନିୟମ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମତା ବାନାର୍ଜୀ ।