ଶୁକ୍ରବାର ଉଚ୍ଚତମ ନ୍ୟାୟାଳୟ ତରଫରୁ ତାମିଲନାଡୁ ସରକାରଙ୍କୁ କୁହାଯାଇଛି ଯେ ରାଜନୈତିକ ଦଳର ପ୍ରଚାର ପାଇଁ ସାର୍ବଜନିକ ସ୍ଥଳକୁ ବିକୃତ କରିବାର ଅନୁମତି ଦିଆଯାଇପାରିବ ନାହିଁ । ପ୍ରଧାନ ନ୍ୟାୟାଧିଶ ରଂଜନ ଗାଗୋଇ , ନ୍ୟାୟମୂର୍ତ୍ତି ଏସ୍ ଅବଦୁଲ୍ ନଜୀର ଏବଂ ନ୍ୟାୟମୂର୍ତ୍ତି ସଂଜୀବ ଖାନ୍ନାଙ୍କ ତ୍ରି-ସଦସୀୟ ଖଣ୍ଡପୀଠ ତାମିଲନାଡୁ ସରକାରଙ୍କୁ କହିଥିଲେ କି ସେ ପାହାଡ,ପର୍ବତ,ଚଟାଣ ଏବଂ ସାର୍ବଜନୀନ ସ୍ଥଳ ଭଳି ପ୍ରାକୃତିକ ସ୍ଥାନରେ ବିରୁପଣକୁ ରୋକିବା ଭଳି ସମ୍ବନ୍ଧରେ ଉଠାଯାଉଥିବା ପଦକ୍ଷେପକୁ ଦୁଇ ସପ୍ତାହ ମଧ୍ୟରେ ସୁଚିତ କରାଯିବ ।
ରାଜନୈତିକ ଦଳର ନାରା ଏବଂ ବିଜ୍ଞାପନ ସହ ସାର୍ବଜନିକ ସ୍ଥଳ ଏବଂ ସଂପତିର ବିରୂପଣର ଅନୁମତି ଦିଆଯିବ ନାହିଁ । ଉଚ୍ଚତମ ନ୍ୟାୟାଳୟ ତରଫରୁ ତାମିଲନାଡୁ ସଡକରେ ଡିଜିଟାଲ୍ ବ୍ୟାନର ଲଗାଇବାରୁ ରାଜନୈତିକ ଦଳକୁ ରୋକିବା ପାଇଁ ପରମାର୍ଥ ସଂଗଠନ ତରଫରୁ ‘ ଇନ୍ ଡିଫେନ୍ସ ଅଫ୍ ଏନଭାୟରମେଣ୍ଟ୍ ଆଣ୍ଡ ଏନିମଲ୍ସ’ ର ଯାଚିକାରେ ୧୧ ଜାନୁଆରୀରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ନୋଟିସ୍ ଜାରୀ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/untitled-9-1552033619.jpg)
/kanak/media/post_attachments/wp-content/uploads/2019/03/24OCTMASMINS1G502NGFCT3jpgjpg-300x244.jpg)