କନକ ବ୍ୟୁରୋ: ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗର ଆଜି ଶୁଣାଣି କରିବେ ତିନି ଜଣିଆ ସ୍ୱତନ୍ତ୍ର ଖଣ୍ଡପୀଠ । ଆଜି ସିଜେଆଇଙ୍କ ବିରୋଧରେ ଷଡଯନ୍ତ୍ର ନେଇ ଅଭିଯୋଗ ଆଣିଥିବା ଓକିଲ ଉତ୍ସବ ବନସ ଆଜି ପୁଣି ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରିବେ । ଖଣ୍ଡପୀଠ କହିଛନ୍ତି ସିଜେଆଇ ବିରୋଧରେ ଷଡଯନ୍ତ୍ର କରାଯାଇଛି । ଆଉ ଏହି ଷଡଯନ୍ତ୍ର ପଛରେ ଦେଶର ଏକ ବଡ କର୍ପୋରେଟ ସଂସ୍ଥାର ହାତ ରହିଥାଇପାରେ ।
ତେଣୁ ଓକିଲ ଉତ୍ସବ ବନସଙ୍କୁ ଆଜି ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ପ୍ରଧାନ ବିଚାରପତିଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଜଣେ ଯୁବକ ଦେଢ କୋଟି ଟଙ୍କା ଯାଚି ଥିବା ନେଇ ସତ୍ୟପାଠ କରିଥିଲେ ଉତ୍ସବ ବନସ୍ । ଏହାପରେ ଖଣ୍ଡପୀଠ ସିବିଆଇ ନିର୍ଦ୍ଦେଶକ, ଆଇବି ନିର୍ଦ୍ଦେଶକ ଓ ପୁଲିସ କମିସନରଙ୍କ ସହ ଆଲୋଚନା କରି ତଦନ୍ତରେ ସହଯୋଗ କରିବାକୁ କହିଥିଲେ ।
ସିଜେଆଇଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଶୁଣାଣି ସୁପ୍ରିମକୋର୍ଟର ବରିଷ୍ଠ ବିଚରାପତି ଜଷ୍ଟିସ ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରୁଛନ୍ତି । ତାଙ୍କ ସହ ପ୍ୟାନେଲରେ ଅଛନ୍ତି ଜଷ୍ଟିସ ଏନ ଭି ରମଣ ଓ ଜଷ୍ଟିସ ଇନ୍ଦିରା ବାନାର୍ଜୀ । ସିଜେଆଇ ବିରୋଧ ଅସଦାଚରଣ ଅଭିଯୋଗ ଆଣିଥିବା ମହିଳାଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ଆଜି ମାମଲାର ଶୁଣାଣି ହେବ । ସୁପ୍ରିମକୋର୍ଟର ମହାସଚିବଙ୍କୁ ସମସ୍ତ କାଗଜପତ୍ର ପ୍ରସ୍ତୁତ ରଖିବାକୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/2018_9image_01_46_19984242209-ll.jpg)
/kanak/media/post_attachments/wp-content/uploads/2019/04/ranjan-gogoi-300x166.jpg)
/kanak/media/post_attachments/wp-content/uploads/2019/04/Capture-16-300x165.jpg)