ଗଣମାଧ୍ୟମ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ : ଏଣିକି ମିଡିଆରେ ପ୍ରସାରିତ ହୋଇପାରିବନି ନାବାଳିକା ବଳାତ୍କାର ପୀଡିତାଙ୍କ ଫଟୋ ଓ ଭିଡିଓ

45

ନାବାଳିକା ବଳାତ୍କାର ପୀଡିତାଙ୍କ ଫଟୋ ଓ ଭିଡିଓକୁ ଝାପ୍ସା ଓ ଖରାପ ରୂପରେ ପ୍ରସାରିତ କରିବା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଗଣମାଧ୍ୟମ ଦ୍ୱାରା ପ୍ରସାରିତ ହେଉଥିବା କିଶୋରୀ ବଳାତ୍କାର ପୀଡିତାଙ୍କ ପରିଚୟ ଓ ମିଡିଆ ସେମାନଙ୍କର ପରିଚୟ କେମିତି ପ୍ରକଟ କରୁଛି ଏହା ଉପରେ ଚିନ୍ତା ବ୍ୟକ୍ତ କରିଛି କୋର୍ଟ ।

ସୁପ୍ରିମକୋର୍ଟ ଗଣମାଧ୍ୟମକୁ ଛବି ପ୍ରସାରଣ କରିବା ଉପରେ ରୋକ ଲଗାଇଛି । ବିହାର ସରକାର ଓ କେନ୍ଦ୍ରର ନୋଟିସ୍ ଜାରି କରିଥିବା ପୀଠ ଗଣମାଧ୍ୟମକୁ ପୀଡିତାଙ୍କୁ ସାକ୍ଷାତ ନକରିବାକୁ କହିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ମିଡିଆକୁ ଯୈାନ ଉତ୍ପୀଡନର ଶିକାରଙ୍କ ସହ ସାକ୍ଷାତ କରିବାକୁ ମନା କରିଛନ୍ତି ଓ କହିଛନ୍ତି କି ତାଙ୍କୁ ବାରମ୍ବାର ମାନସିକ ଆଘାତରୁ ବାହାରିବା ପାଇଁ ବାଧ୍ୟ କରାଯାଇପାରିବନି ।

ଏହାପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ମୁଜାଫରପୁର ଆଶ୍ରୟ ଗୃହ ମାମଲାରେ ସୁଓ ମୋଟୋ ହସ୍ତକ୍ଷେପ କଲେ ଯେଉଁଥିରେ ଏକ ଆଶ୍ଚର୍ଯ୍ୟଜନକ ୩୪ ବଳାତ୍କାର ମାମଲା ରୁଜୁ କରାଯାଇଥିଲା । କୋର୍ଟ ବିହାର ସରକାରଙ୍କୁ ନୋଟିସ୍ ଜାରି କଲେ ଓ ରାଜ୍ୟ ପ୍ରଶାସନ ଠାରୁ ବିସ୍ତୃତ ଉତ୍ତର ମାଗିଲେ । ନାବାଳିକାଙ୍କ ସହିତ ଜଡିତ ମାମଲାଗୁଡିକର ବଢୁଥିବା ସଂଖ୍ୟାର ପୃଷ୍ଠଭୂମି ଉପରେ ସୁପ୍ରିମକୋର୍ଟ ଅବଲୋକନ କଲେ । ସବୁଠାରୁ ଉଲ୍ଲେଖନୀୟ ଥିଲା କାଠୁଆ ଦୁଷ୍କର୍ମ ଓ ହତ୍ୟା, ଯେଉଁଥିରେ ପୀଡିତା ଜଣକ ଜମ୍ମୁ ଓ କାଶ୍ମୀରର କାଠୁଆ ଜିଲ୍ଲାର ଜଣେ ଆଠ ବର୍ଷୀୟ ଝିଅ ଥିଲା ।