ଏସବିଆଇରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି ! ୬୨ ବର୍ଷ ବୟସର ପ୍ରାର୍ଥୀ ବି କରିପାରିବେ ଆବେଦନ, ମାସିକ ଦରମା ୩୧ ହଜାରରୁ ଅଧିକ, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା
ଭାରତର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ତଥା ଏସବିଆଇ ପକ୍ଷରୁ ଶାଖା ପ୍ରବନ୍ଧକ ଏବଂ ଫାୟାର ଅଫିସର ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୨୪ ସେପ୍ଟେମ୍ବର, ୨୦୧୮ । ଇଚ୍ଛୁକ ଆଶାୟୀପ୍ରାର୍ଥୀ ଏସବିଆଇର ଆଧିକାରୀକ ୱେବସାଇଟ୍ ଏସବିଆଇ ଡଟ୍ କୋ ଡଟ୍ ଇନକୁ ଯାଇ ଆବେଦନ କରିପାରିବେ । ତେବେ ଏସଂପର୍କିତ ଅଧିକ ସୂଚନା ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।
ପଦ ବିବରଣୀ
Kanak News is now on WhatsApp
Join and get latest news updates delivered to you via WhatsApp
ପୋଷ୍ଟ : ଶାଖା ପ୍ରବନ୍ଧକ, ଫାୟାର ଅଫିସର
ପଦବୀ ସଂଖ୍ୟା: ୪୮
ଦରମା: ୩୧,୭୦୫-୪୫,୯୫୦ ଟଙ୍କା
ଶାଖା ପ୍ରବନ୍ଧକ ପାଇଁ ଶିକ୍ଷାଗତ ଯୋଗ୍ୟତା: କୌଣସି ବି ମାନ୍ୟତାପ୍ରାପ୍ତ ପ୍ରତିଷ୍ଠାନରୁ ସ୍ନାତକ କିମ୍ବା ପୁଲିସ ବିଭାଗରେ ଅତି କମରେ ୫ ବର୍ଷର ଅଭିଜ୍ଞତା ଥିବା ଦରକାର ।
ବୟସ ସୀମା: ୨୮ରୁ ୪୦ ବର୍ଷ
ଫାୟାର ଅଫିସର ପାଇଁ ଶିକ୍ଷାଗତ ଯୋଗ୍ୟତା: ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ୱୀକୃତପ୍ରାପ୍ତ ତଥା ବିଟେକରୁ ଅନୁମୋଦିତ ରାଷ୍ଟ୍ରୀୟ ଅଗ୍ନି ସେବା କଲେଜ (ଏନଏଫଏସସି)ରୁ ପ୍ରଶିକ୍ଷଣ ପ୍ରାପ୍ତ କରିଥିବା ନିହାତି ଜରୁରୀ ।
ବୟସ ସୀମା: ୩୫ରୁ ୬୨ ବର୍ଷ
ଆବେଦନ ଶୁଳ୍କ: ଡେବିଟ କିମ୍ବା କ୍ରେଡିଟ କାର୍ଡ କିମ୍ବା ଇଂଟରନେଟ ବ୍ୟାଙ୍କିଂ ମାଧ୍ୟମରେ ପରୀକ୍ଷା ବାବଦକୁ ଶୁଳ୍କ ପେମେଂଟ କରିପାରିବେ ।
• ଜେନେରାଲ ଏବଂ ଓବିସି ପ୍ରାର୍ଥିଙ୍କ ପାଇଁ-୬୦୦ ଟଙ୍କା
• ଏସସି /ଏସଟିଙ୍କ ପାଇଁ-୧୦୦ଟଙ୍କା
ଶେଷ ତାରିଖ: ଅନଲାଇନ ଆବେଦନ ଜମା କରିବାର ଶେଷ ତାରିଖ ୨୪ ସେପ୍ଟେମ୍ବର, ୨୦୧୮ ।
ଚୟନ ପ୍ରକ୍ରିୟା: ଇଚ୍ଛୁକ ଆଶାୟୀପ୍ରାର୍ଥିଙ୍କ ଚୟନ ପ୍ରକ୍ରିୟା ଉଭୟ ସର୍ଟଲିଷ୍ଟିଂ ଏବଂ ସାକ୍ଷାତକାର ଜରିଆରେ ହେବ ।
କିଭଳି କରିବେ ଆବେଦନ: ଇଚ୍ଛୁକ ଆଶାୟୀପ୍ରାର୍ଥୀ ୦୭.୦୯.୨୦୧୮ରୁ ୨୪.୦୯.୨୦୧୮ ସୁଦ୍ଧା ଏସବିଆଇର ଆଧିକାରୀକ ୱେବସାଇଟ ଏସବିଆଇ ଡଟ୍ କୋ ଡଟ୍ ଇନ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ ।