ମାଲାମାଲ୍ କରିବ ସୁନା ! ଟଙ୍କା ରୋଜଗାର କରିବା ପାଇଁ ସୁନା କରିବ ସାହାଯ୍ୟ , ଏସବିଆଇର ଏହି ଖାସ୍ ସ୍କିମ୍ ରୁ ମିଳିବ ମୋଟା ଅଙ୍କର ସୁଧ

492

ଯଦି ଆପଣ ଘରେ ସୁନାର ଗହଣା କିମ୍ବା ସ୍ୱର୍ଣ୍ଣମୁଦ୍ରା ରଖୁଛନ୍ତିି ତେବେ ଏହାର ମାଧ୍ୟମରେ ଆପଣ ରୋଜଗାର ମଧ୍ୟ କରିପାରିବେ । ଆଜ୍ଞା ହଁ , ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଆଣିଛି ଗୋଲ୍ଡ ଡିପୋଜିଟ୍ ସ୍କିମ୍ । ଏହି ସ୍କିମ୍ ରେ ଆପଣଙ୍କୁ ଅନେକ ସୁବିଧା ଦେଉଛି ଏସବିଆଇ । ସୁନାର ଶୁଦ୍ଧତା ଆଧାରରେ ଆପଣଙ୍କୁ ସୁନାର ଜମା ପ୍ର୍ରମାଣପତ୍ର ଦେବାକୁ ପଡିବ । ଯେତେବେଳେ ଜମା ପ୍ରମାଣପତ୍ରର ଅବଧି ଶେଷ ହେବ ସେତେବେଳେ ୩,୪,୫ କିମ୍ବା ୬ ବର୍ଷ ପରେ ଆପଣ ସୁନାକୁ ଉଭୟ କ୍ୟାଶ୍ ଏବଂ ସୁନାର ସୁଧ ସହ ଉକ୍ତ ସମୟର ଦାମ୍ ହିସାବରେ ଟଙ୍କା ନେଇପାରିବେ । ଘରେ ରଖିଥିବା ସୁନାକୁ ଏହି ସ୍କିମ୍ ରେ ଆପଣ ଲଗାଇପାରିବେ । ଯେଉଁଥିରେ ଆପଣଙ୍କୁ ୨ ଟି ଫାଇଦା ହେବ । ପ୍ରଥମରେ ଆପଣଙ୍କ ସୁନା ଚୋରୀ ହେବାର କୌଣସି ଟେନସନ୍ ନଥାଏ ଦ୍ୱିତୀୟରେ ସୁନାର ଓଜନ ଅନୁସାରେ ଆପଣଙ୍କୁ ସୁଧ ମିଳିବ ।

 

ଏସବିଆଇ ୱେବସାଇଟ୍ ରେ ଦିଆଯାଇଥିବା ସୂଚନା ଅନୁସାରେ , ଭାରତରେ ରହୁଥିବା ଯେକୌଣସି ବ୍ୟକ୍ତି ଏହି ସ୍କିମ୍ ରେ ସାମିଲ୍ ହୋଇପାରିବେ । ଯେଉଁଥିରେ ସିଙ୍ଗିଲ୍ ଏବଂ ଜଏଣ୍ଟ୍ ଆକାଉଣ୍ଟ୍ ବି ଖୋଲାଯାଇପାରିବ । ଏଚୟୁଏଫ୍ , ପାର୍ଟରସିପ୍ ଫର୍ମ ମଧ୍ୟ ଏଥିରେ ନିବେଶ କରିପାରିବେ । ସ୍କିମ୍ ଅନୁସାରେ ୩୦ ଗ୍ରାମ୍ ସୁନା ଜମା କରିବା ଅନିବାର୍ଯ୍ୟ ଅଟେ । ଏକବର୍ଷ ହେବା ପୂର୍ବରୁ ଯଦି ଆପଣ ସ୍କିମ୍ ଭାଙ୍ଗୁଛନ୍ତି ତେବେ ଆପଣଙ୍କୁ ସୁଧରେ ଜରିମାନା ମଧ୍ୟ ଲାଗିବ । ମିଡିୟମ୍ ଟର୍ମ ଥିବା ସ୍କିମ୍ ଅବଧିରେ ନିବେଶକ ୩ ବର୍ଷ ପରେ ସ୍କିମ୍ ରୁ ବାହାରିପାରିବେ । ଲମ୍ବା ସମୟ ନିବେଶରେ ୫ ବର୍ଷ ପରେ ହିଁ ସ୍କିମ୍ ରୁ ବାହାରି ପାରିବେ । ଏହି ସ୍କିମ୍ରେ ୧ ରୁ ୩ ବର୍ଷ ପାଇଁ ଆପଣ ଜମା କରିପାରିବେ । ଏସବିଆଇରେ ଏହି ସ୍କିମ୍ ର ନାଁ ସର୍ଟ ଟର୍ମ ବ୍ୟାଙ୍କ୍ ଡିପୋଜିଟ୍ ରହିଛି । ଅନ୍ୟପକ୍ଷରେ ମଧ୍ୟମ ଏବଂ ଲମ୍ବା ସମୟ ପାଇଁ ଜମା ଅବଧି ୫ ରୁ ୭ ଏବଂ ୧୨ ରୁ ୧୫ ବର୍ଷ ରହିଛି ।

କେତେ ମିଳିବ ସୁଧ :

ସର୍ଟ ଟର୍ମ ବ୍ୟାଙ୍କ୍ ଡିପୋଜିଟ୍ ସ୍କିମ୍ ରେ ଏକବର୍ଷ ପାଇଁ ୦.୫୦ ପ୍ରତିଶତ ସୁଧ ମିଳିବ । ୨ ବର୍ଷ ପାଇଁ ୦.୫୫ ପ୍ରତିଶତ ଏବଂ ୩ ବର୍ଷ ପାଇଁ ୦.୬୦ ପ୍ରତିଶତ ସୁଧ ମିଳିବ । ଲମ୍ବା ସମୟ ପାଇଁ ପ୍ରତିବର୍ଷ ୨.୨୫ ପ୍ରତିଶତ ସୁଧ ମିଳିବ । ୧୨ ରୁ ୧୫ ବର୍ଷ ପାଇଁ ୨ ରୁ ୫ ପ୍ରତିଶତ ବାର୍ଷିକ ସୁଧ ମିଳିବ ।