ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏବେ ବିଭିନ୍ନ ଘୋଷଣା କରୁଛି । ଋଣରେ ବାରମ୍ବାର ସୁଧହାର କମୁଥିବା ବେଳେ ଏବେ ସ୍ଥାୟୀ ଜମା ଉପରେ ବି ସୁଧ ହାର କମାଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେବେ ବରିଷ୍ଠ ନାଗରିକ । ବର୍ଷକରୁ ଦୁଇ ବର୍ଷ ପାଇଁ ଜମା କରାଯାଇଥିବା ରାଶି ଉପରେ ୭ ପ୍ରତିଶତ ବଦଳରେ ଏବେ ୬.୯ ପ୍ରତିଶତ ହିସାବରେ ସୁଧ ହାର ମିଳିବ ।
ସେହିପରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଥାୟୀ ଜମା ଉପରେ ସୁଧ ହାର ୩.୫ ରୁ ହ୍ରାସ କରି ୩.୨୫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଷ୍ଟେଟ ବ୍ୟାଙ୍କ ପରି ଦେଶର ଅନ୍ୟ ବ୍ୟାଙ୍କ ଗୁଡିକରେ ମଧ୍ୟ ସୁଧ ହାର ହ୍ରାସ କରାଯିବ । ଏବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ପରିବର୍ତ୍ତିତ ସୁଧ ହାର ଦେଶର ପ୍ରାୟ ୪ କୋଟି ବରିଷ୍ଠ ନାଗରିକଙ୍କୁ ପ୍ରଭାବିତ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/images-23.jpg)
/kanak/media/post_attachments/wp-content/uploads/2019/10/images-2-5-300x205.jpg)