ବସ୍ ଭିତରେ ପଶିଗଲା କାର । ଦୁର୍ଘଟଣାର ସାଂଘାତିକ ଚିତ୍ର ।

2,236

ବସ ଭିତରେ କାର । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମଳିଛି । ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଯୋଗେଶ୍ୱରୀ ହାଇୱେରେ ଏଭଳି ଏକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରର ସାମ୍ନା ପଟ ବସ ଭିତରେ ପଶିଯାଇଥିଲା ।  ମିଳିଥିବା ସୂଚନା ମୁତାବକ ରାତି ପ୍ରାୟ ୧ଟା ୩୦ ମିନିଟରେ ଏକ କଳା ରଙ୍ଗର କାରରେ ୪ ଜଣ ଯାଉଥିଲେ । ଏହି କାରଟି ୧୦୦ରୁ ୧୨୦ କିଲୋମିଟର ବେଗରେ ଯାଉଥିବା ବେଳେ ହଠାତ ନିୟନ୍ତ୍ରଣ ହରାଇ ଏକ ବସ ଭିତରେ ପଶିଯାଇଥିଲା । ତେବେ ସୌଭାଗ୍ୟବଶତଃ କାରରେ ବସିଥିବା ବ୍ୟକ୍ତିମାନେ ବର୍ତ୍ତିଯାଇଛନ୍ତି ।

ଏହି ଦୁର୍ଘଟଣାରେ ଡ୍ରାଇଭର ଜଣକ ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କାରରେ ଥିବା ୪ ଜଣ ବ୍ୟକ୍ତିଙ୍କ ସମେତ ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରି ଗାଡି ଚଲାଉଥିଲେ । ଯେଉଁଥିପାଇଁ ଗାଡିର ବେଗ ବଢିବା ମାତ୍ରେ ସେ ନିୟନ୍ତ୍ରଣ ହରାଇଥିଲେ । ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବରୁ କାରଟି ଫ୍ଲାଏଓଭର ତଳେ ଥିବା ବସ ଭିତରେ ପଶିଯାଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ବସର ଡାହାଣ ପାର୍ଶ୍ୱ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ଡ୍ରାଇଭରକୁ ମେଡିକାଲରେ ଭର୍ତ୍ତି କରିଥିଲା । ପୁଲିସ କାରକୁ ଜବତ କରି ଘଟଣାର ତଦନ୍ତ କରୁଛି ।