କଣାସରେ ଇଭିଏମ ମେସିନ ଭଙ୍ଗା ମାମଲା: ପୁରୀ ଏସପି କହିଲେ, ବିଧାୟକ ପ୍ରାର୍ଥୀଙ୍କୁ ଖୋଜୁଛି ପୁଲିସ;ଆତ୍ମସମର୍ପଣ ନକଲେ ଘୋଷଣା କରାଯିବ ପଳାତକ

824

କନକ ବ୍ୟୁରୋ: ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ କଣାସ ବୁଥରେ ଆକ୍ରମଣ ଘଟଣାକୁ ନେଇ ସତ୍ୟବାଦୀ ବିଜେପି ପ୍ରାର୍ଥ ଓମ୍ ପ୍ରକାଶ ମିଶ୍ରକୁ ଖୋଜୁଛି ପୋଲିସ । ଏହି ଘଟଣାରେ ସେ ଫେରାର ହୋଇଯାଇଛନ୍ତି । ତେବେ ତାଙ୍କୁ ଖୋଜିବା କାମ ଜାରି ରହିଛି । ଖୁବଶୀଘ୍ର ସେ ଆତ୍ମସମର୍ପଣ ନ କଲେ ତାଙ୍କୁ ପଳାତକ ଘୋଷଣା କରାଯିବ ବୋଲି ପୁରୀ ଏସପି କହିଛନ୍ତି । ଏହି ଘଟଣାରେ ପୋଲିସ ଗତକାଲି ଓମ୍ ପ୍ରକାଶଙ୍କ ୨ ଜଣ ସମର୍ଥକଙ୍କୁ ଗିରଫ କରିଛି ।

ମଙ୍ଗଳବାର ଦିନ ମତଦାନ ବେଳେ କଣାସ ବ୍ଲକ୍ ବୀରକିଶୋରପୁର ଗାଁର ୭୮ ନମ୍ବର ବୁଥ ଭିତରେ ନିଜ ସମର୍ଥକଙ୍କ ସହ ଓମପ୍ରକାଶ ଧସେଇ ପସି ପ୍ରିଜାଇଣ୍ଡିଂ ଅଫିସରଙ୍କୁ ମାଡ ମାରିବା ସହ ଇଭିଏମ ଭାଙ୍ଗି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ବିଜେପି ପ୍ରାର୍ଥୀଙ୍କ ବିରୋଧ ଗଡିଶାଗୋଦା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତାଙ୍କ ବିରୋଧରେ ପୋଲିସ ଅପରାଧିକ ମାମଲା ରୁଜୁ କରିଛି । ଏହି ଘଟଣାରେ ୨ ଜଣ ଗିରଫ ବି ହୋଇସାରିଛନ୍ତି । ଓମପ୍ରକାଶଙ୍କ ବିରୋଧରେ ପୋଲିସ ବହୁ ସଂଗୀନ ଦଫାରେ ମାମଲା ରୁଜୁ କରିଛି ।