କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ମୋଦୀ-ଶାହାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା । ପ୍ରଚାର ସମୟରେ ଯାହା କହିଥିଲେ ତାହା କରି ଦେଖାଇଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ୫ ବର୍ଷ ମଧ୍ୟରେ ସମର୍ଥକଙ୍କ ସଂଖ୍ୟା ବଢ଼ିଥିବାରୁ ମୋଦୀ ବିଜୟୀ ହେବା ପରେ ନିଜ ସମର୍ଥକମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ଏ ମଧ୍ୟରେ ବିଜେପିରୁ ଆସି କଂଗ୍ରେସ ଦଳରେ ସାମିଲ ହୋଇଥିବା ଅଭିନେତା ଶତ୍ରୁଘ୍ନ ସିହ୍ନା ଯେଉଁ ଟୁଇଟ୍ କରିଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତାଙ୍କୁ ହଠାତ ବିରୋଧି ଦଳର ପ୍ରଶଂସା କରୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
Congratulations Hon'ble PM @narendramodi, on your great win! Congratulations also master strategic @AmitShah & our family friend @rsprasad in particular. It's a time to celebrate in the party which was mine too, till recently. I salute you all wholeheartedly.#ElectionResults2019
— Shatrughan Sinha (@ShatruganSinha) May 24, 2019
ଟୁଇଟ୍ କରି, ମୋଦୀ ଏବଂ ଶାହାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦିନେ ଯେଉଁ ଦଳର ସଦସ୍ୟ ମୁଁ ଥିଲି, ଏବେ ସେହି ଦଳର ଖୁସିକୁ ପାଳନ କରିବାର ସମୟ । ମୁଁ ସମସ୍ତଙ୍କୁ ସଲାମ କରୁଛି ଏବଂ ଶୁଭେଚ୍ଛା ଜଣାଉଛି ବୋଲି ଲେଖିଥିଲେ ଶତ୍ରୁଘ୍ନ । ତାଙ୍କର ଏଭଳି ଟୁଇଟ୍ ପରେ ହାରିବା ପରେ ତାଙ୍କ ସ୍ୱର ବଦଳି ଯାଇଥିବା କହିବା ଲୋକେ ଆରମ୍ଭ କରିଛନ୍ତି ।
ସୂଚନା ମୁତାବକ, କଂଗ୍ରେସରେ ସାମିଲ ହେବା ପରେ ଶତ୍ରୁଘ୍ନ ସିହ୍ନାଙ୍କୁ ପଟନା ସାହିବ୍ରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ମିଳିଥିଲା । ବିଜେପି ପ୍ରାର୍ଥୀ ତଥା ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ବିପକ୍ଷରେ ସେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଶେଷରେ ସେ ଅସଫଳ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/imagec9c5e9a9-263f-4f1f-8f9b-1a66a444b355.jpg)