ପର୍ଯ୍ୟଟନ ଋତୁରେ ସାତକୋଶିଆରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ । ସାତକୋଶିଆ ଗଣ୍ଡ ଓ ନେଚର କ୍ୟାମ୍ପ ଦେଖି ବିମୋହିତ ହେଉଛନ୍ତି ଦର୍ଶକ

263

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ସାତକୋଶିଆରେ ଭିଡ । ସାତକୋଶିଆର ପ୍ରାକୃତିକ ସୌନ୍ଦର୍ଯ୍ୟ, ମହାନଦୀ ନୀଳ ଜଳରାଶିର ମନୋରମ ଦୃଶ୍ୟକୁ ଉପଭୋଗ କରୁଛନ୍ତି ଏଠାକୁ ଆସୁଥିବା ପ ର୍ଯ୍ୟଟକ । ଚାରିପାଖରେ ଥିବା ଘଂଚ ବନାନୀ ସମସ୍ତଙ୍କୁ ବିମୋହିତ କରୁଛି । ପ୍ରକୃତିର ଗନ୍ତାଘର ସାତକୋଶିଆ ଗଣ୍ଡ ଓ ପାଖରେ ଥିବା ନେଚର କ୍ୟାମ୍ପ ଏବେ ସମସ୍ତଙ୍କୁ ଆକର୍ଷିତ କରୁଛି । ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ଆପଣ ବୁଲିବାକୁ ଚାହୁଁଛନ୍ତି, ତେବେ ସାତକୋଶିଆ ୱେବ ସାଇଡରେ ନେଚର କ୍ୟାମ୍ପ ବୁକିଂ କରି ଏସବୁ ମଜା ଆପଣ ନେଇପାରିବେ ।

ମହାନଦୀର ସାତକୋଶିଆ ଗଣ୍ଡ । ଗଣ୍ଡର ବିସ୍ତୃତ ନୀଳ ଜଳରାଶୀ । ଉଭୟ ପାଶ୍ୱର୍ରେ ରହିଛି ଚିର ସବୁଜ ପର୍ବତ । ଏଠାକାର ଜୈବ ବିବିଦ୍ଧତା ଆଉ କେଉଁଠି ଦେଖିବାକୁ ମିଳେ ନାହିଁ । ଶୀତଋତୁରେ ବିଦେଶାଗତ ପକ୍ଷୀଙ୍କ କଳରବ, ବାଲୁକା ଶଯାରେ କୁମ୍ଭୀର ଓ ଜଳଚର ଜୀବଙ୍କ ଉପସ୍ଥିତି ବେଶ ନିଆରା । ଗଣ୍ଡରେ ନୌକା ବିହାରର ମଜା ବି ଆପଣ ନେଇପାରିବେ । ଏ ଦୃଶ୍ୟକୁ ଦେଖିଲେ ଲାଗୁଛି ସତେ ଯେମିତି ପ୍ରକୃତି ସବୁ ସୌନ୍ଦ ର୍ଯ୍ୟ ଏଠାରେ ଅଜାଡି ଦେଇଛି । ତେଣୁ ବିଦେଶୀ ପ ର୍ଯ୍ୟଟକଙ୍କ ସୂଆ ଛୁଟିଥାଏ ଏହି ଅଂଚଳକୁ । ପ୍ରତିବର୍ଷ ଡିସେମ୍ବରରୁ ମାର୍ଚ୍ଚ ଯାଏ ଲାଗିରହେ ପ ର୍ଯ୍ୟଟକଙ୍କ ଭିଡ ।

ଟିକରପଡାରେ ଥିବା କୁମ୍ଭୀର ପ୍ର ଯୋଜନ କେନ୍ଦ୍ର ମଧ୍ୟ ମୁଖ୍ୟ ଆକର୍ଷଣ । ଏଠାରେ ବିଭିନ୍ନ ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳେ । ବିଶେଷ କରି ବିଲୁପ୍ତ ଘଡିଆଳ କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ ଜମିଥାଏ । ପର୍ଯ୍ୟଟକଙ୍କ ପାଇଁ ଏଠାରେ ବନବିଭାଗ ପକ୍ଷରୁ କରାଯାଇଛି ନେଚର କ୍ୟାମ୍ପ । ରହିବା ପାଇଁ ଅଛି ୧୦ଟି ସୁବ୍ୟବସ୍ଥିତ ଟେଂଟ । ଟେଂଟ ଭିତରେ ସୋଲାର ଆଲୁଅର ବ୍ୟବସ୍ଥା ହୋଇଛି । ମନପସନ୍ଦ ଖାଦ୍ୟ ସାଙ୍ଗକୁ ସକାଳ, ମଧ୍ୟାହ୍ନ ଏବଂ ରାତ୍ରୀ ଭୋଜନର ବ୍ୟବସ୍ଥା ରହିଥାଏ । ଜଙ୍ଗଲ ଭିତରେ ଟ୍ରାକିଂର ମଜା ଆପଣ ଉଠାଇ ପାରିବେ । ଶୀତୁଆ ପରିବେଶରେ ଭୋଜି ପାଇଁ ଏହି ଅଂଚଳରେ ଭିଡ ଲାଗିରହେ ।