ସାରଥୀଙ୍କ ଆଉ ୩ ସହଯୋଗୀଙ୍କୁ ଇଡିର ଜେରା

13

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଆଜି ଇଡିରେ ହାଜିର ହୋଇଛନ୍ତି ସାରଥୀଙ୍କ ଆଉ ୩ ଜଣ ସହଯୋଗୀ । ଏମାନେ ହେଲେ ଧରଣିଧର ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ ଓ ବିଜୟ କୁମାର ସାହୁ । ଜମି କାରବାର ନେଇ ଏମାନଙ୍କୁ ପଚରାଉଚରା କରାଯାଉଛି । ତେବେ ଦୀର୍ଘ ଦୁଇଘଂଟା ଧରି ଚାଲିଛି ଜେରା । ଗତକାଲି ମଧ୍ୟ ସାରଥୀଙ୍କ ଭାଇ ଦେବେନ୍ଦ୍ର ରାଉଳ ଓ ଆଶ୍ରମର କର୍ମକର୍ତା ଖଗାକୁ ମନି ସର୍କୁଲେସନ ନେଇ ଜେରା କରିଥିଲା ଇଡି । ମନି ଲଣ୍ଡରିଂର ଖୋଳତାଡ କରୁଥିବା ପ୍ରବର୍ତନ ନିର୍ଦେଶାଳୟ ବିବାଦୀୟ ବାବା ସାରଥୀଙ୍କୁ ମଧ୍ୟ ପୂର୍ବରୁ ପଚରାଉଚରା କରିଥିଲା ।  ଗିରଫ ହେବା ପରଠାରୁ ତାଙ୍କ ଅମାପ ସଂପତିର ଚେର ଖୋଜି ପାଉନି ପୋଲିସ ।