ଓଲିଉଡରେ ଚାଲିଛି ସହମତିରେ କାଷ୍ଟିଂ କାଉଚ୍ ? କହିଲେ ପ୍ରଯୋଜକ ସଂଜୟ ନାୟକ

16

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଓଲିଉଡରେ କାଷ୍ଟିଂ କାଉଚ ଚର୍ଚ୍ଚାରେ ଏକ ନୂଆ ମୋଡ ଆସିଛି । ବରିଷ୍ଠ ସିନେ ପ୍ରଯୋଜକ ସଂଜୟ ନାୟକ କହିଛନ୍ତି, କେତେକ କ୍ଷେତ୍ରରେ ସହମତି ଭିତିରେ ଓଲିଉଡରେ ଚାଲିଛି କାଷ୍ଟିଂ କାଉଚ୍ । ଅର୍ଥାତ୍ ପ୍ରଯୋଜକ କିମ୍ବା ନିର୍ଦେଶକଙ୍କ ଶଯ୍ୟା ସଙ୍ଗିନୀ ବନିବାର ଅଫରକୁ ଗ୍ରହଣ କରି ନେଉଛନ୍ତି କିଛି ଅଭିନେତ୍ରୀ । କନକ ନ୍ୟୁଜରେ ପ୍ରଥମେ ସୋନିକା ରାୟ ଓ ଲିନା ଦାସ ମୁହଁ ଖୋଲିବା ପରେ ଓଲିଉଡରେ ଚାଲିଥିବା ଏହି କାରବାରର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସିଛି ।