ବହୁ ପ୍ରତିକ୍ଷିତ ବଲିଉଡ୍ ସିନେମା “ସଂଜୁ”ର ଟିଜର ନିକଟରେ ମୁକ୍ତିଲାଭ କରିଥିବାବେଳେ ଖୁବ୍ କମ୍ ଦିନ ମଧ୍ୟରେ ଏହି ସିନେମା ପ୍ରେକ୍ଷାଳୟରେ ପଡିବାକୁ ଯାଉଛି । ରାଜକୁମାର ହିରାନୀଙ୍କ ନିର୍ଦ୍ଧେଶିତ ଏହି ସିନେମାକୁ ଦେଖିବାକୁ ଲୋକ ଚାତକ ପରି ଚାହିଁ ବସିଛନ୍ତି । ବଲିଉଡ୍ ଜଗତର ବରିଷ୍ଠ ଅଭିନେତା ସଂଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଅଭିନେତା ରୂପେ ରଣବୀର୍ କପୁର ନଜର ଆସିଥିବାବେଳେ ଅନ୍ୟ ସବୁ ଚରିତ୍ରରେ କିଏ ଅଭିନୟ କରିବେ ତାହା ଆମେ ଆପଣଙ୍କୁ ଜଣାଇବୁ ।
୯୦ ଦଶକରୁ ସଂଜୟଙ୍କ ସହ କାମ କରି ଆସୁଥିବା ବଲିଉଡ୍ ଅଭିନେତ୍ରୀ ମନିଷା କୋୟରାଲା ତାଙ୍କ ମା’ ଚରିତ୍ରରେ ନଜର ଆସିବେ ।
ସଂଜୟ ଦତ୍ତଙ୍କ ପିତା ସୁନୀଲ ଦତ୍ତଙ୍କ ଭୁମିକାରେ ବଲିଉଡର ବରିଷ୍ଠ ଅଭିନେତା ପରେଶ୍ ରାୱଲ୍ ନଜର ଆସିବେ ।
ଫିଲ୍ମରେ ସଂଜୟଙ୍କ ଭଉଣୀଙ୍କ ପତୀ ଅର୍ଥାତ୍ ଭେଣୋଇ ଜୀ କୁମାର ଗୌରବଙ୍କ ଭୁମିକାରେ ବିକି କୋଶଲ୍ ନଜର ଆସିବେ ।
/kanak/media/post_attachments/wp-content/uploads/2018/04/Vicky-Kausal-as-Kumar-Gaurav-300x218.jpg)
ସଂଜୟଙ୍କ ବନ୍ଧୁ ସଲମାନ୍ ଖାନଙ୍କ ଭୁମିକାରେ ଜିମ୍ ସରଭ୍ ନଜର ଆସିବେ । ଜିମ୍ ସରଭ୍ ପୂର୍ବରୁ ପଦ୍ମାବତ୍ ଏବଂ ନୀରଜା ସିନେମାରେ ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି । ସଂଜୟଙ୍କ ପ୍ରେମିକା
ସଂଜୟଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କ ଭୁମିକାରେ ବଲିଉଡ୍ ସୁନ୍ଦରୀ ଦିଆ ମିର୍ଜା ନଜର ଆସିବେ । ଏହି ସିନେମାରେ ଦିଆଙ୍କ ଏକ ଗୁରୁତ୍ୱପୂର୍ତ୍ତ ରୋଲ୍ ରହିବ ।
ମାଧୁରୀ ଦୀକ୍ଷିତଙ୍କ ଭୁମିକାରେ କରିସ୍ମା ତନ୍ନା ନଜର ଆସିବେ ।
/kanak/media/post_attachments/wp-content/uploads/2018/04/Dia-Mirza-as-Manayatta-Dutt-300x218.jpg)
/kanak/media/post_attachments/wp-content/uploads/2018/04/Karishma-Tanna-as-Madhuri-Dixit-300x218.jpg)
ଅନ୍ୟ ଭୁମିକାରେ ଯେଭଳି ଚନକୀ ପାଣ୍ଡେ ଭୁମିକାରେ ଶରମନ୍ ଯୋଶୀ,ପୁଜା ଭଟ୍ଟଙ୍କ ଭୁମିକାରେ ଆଲିଆ ଭଟ୍ଟ,ଜୁହି ଚାୱଲାଙ୍କ ଭୁମିକାରେ ରିୟା ଚକ୍ରବର୍ତ୍ତୀ,ଟୀନା ମୁନିମଙ୍କ ରୋଲରେ ସୋନମ୍ କପୁର ଏବଂ ସଂଜୟ ଗୁପ୍ତାଙ୍କ ଭୁମିକାରେ ବମନ୍ ଇରାନୀ ନଜର ଆସିବେ ।