ସତ ହେବ ଫୋଲ୍ଡେବଲ୍ ସ୍ମାର୍ଟଫୋନ ଧରିବାର ସ୍ୱପ୍ନ ! ସାମସଙ୍ଗ୍ ଆଣିବ ନୂଆ ସ୍ମାର୍ଟଫୋନ, ନଭେମ୍ବର ମାସରେ ହୋଇପାରେ ଲଞ୍ଚ୍ ।

53

କନକ ବ୍ୟୁରୋ : ଖୁବ୍ ଶୀଘ୍ର ଗ୍ରାହକଙ୍କୁ ମିଳିବ ଫୋଲଡିଂ ସ୍ମାର୍ଟଫୋନ ଧରିବାର ମଜା । ହୁଏତ ଏହି ମଜା ଗ୍ରାହକ ଚଳିତ ବର୍ଷ ହିଁ ନେଇପାରନ୍ତି । ସ୍ଲାଇଡିଂ ଫୋନ୍, ମିନି ଫୋନ ପରେ ଡୁଆଲ ସ୍କ୍ରିନ୍ ଫୋଲଡିଂ ଫୋନର ସ୍ୱପ୍ନ ଖୁବ୍ ଶୀଘ୍ର ସତ ହେବାକୁ ଯାଉଛି । ସାଉଥ୍ କୋରିଆର ସ୍ମାର୍ଟଫୋନ୍ ନିର୍ମାଣକାରୀ କମ୍ପାନୀ ସାମସଙ୍ଗ୍ ଚଳିତ ବର୍ଷ ଲଂଚ କରିପାରେ ଫୋଲ୍ଡବେଲ୍ ସ୍ମାର୍ଟଫୋନ । ଗତ ଏକବର୍ଷ ଧରି ସାମସଙ୍ଗର ଏହି ଫୋଲ୍ଡିଂ ଡିସପ୍ଲେ ସ୍ମାର୍ଟଫୋନ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନିଜର ଏହି ଲେଟେଷ୍ଟ ଫୋଲ୍ଡିଂ ଟେକ୍ନୋଲୋଜିକୁ କମ୍ପାନୀ ଓପୋ ବା ଭିଭୋକୁ ବିକ୍ରି କରିପାରେ ।

ମାତ୍ର ସିଏନବିସିର ଏକ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ନଭେମ୍ବର ମାସରେ ହେବାକୁ ଥିବା କମ୍ପାନୀର ଡେଭଲପର୍ କନଫରେନ୍ସରେ ଏହାକୁ ଉନ୍ମୋଚନ କରାଯାଇପାରେ । ଏବଂ ଖୁବ୍ ଶୀଘ୍ର ଏହି ଫୋନ ମାର୍କେଟରେ ମଧ୍ୟ ଲଂଚ ହୋଇପାରେ । ଏହି ଫୋନର ଓଜନ ବେଶ୍ କମ୍ ହେବା ସହିତ ଫୁଲ୍ ଏଚଡି ଡିସପ୍ଲେ ରହିବା ନେଇ ସୂଚନା ରହିଛି । ୨୦୧୪ ମସିହାରେ କମ୍ପାନୀ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା ଯାହା ଏଭଳି ଫୋନର ସଂଜ୍ଞା ସୃଷ୍ଟି କରିଥିଲା । ତେବେ ଚଳିତ ବର୍ଷ ସାମସଙ୍ଗର ଏହି ଫୋଲ୍ଡେବଲ୍ ସ୍ମାର୍ଟଫୋନ ଲଂଚ ହେବା ନେଇ ଆଶା ସୃଷ୍ଟି ହେବା ପରେ ଗ୍ରାହକଙ୍କ ମଧ୍ୟରେ ଏକ ଉତ୍ସାହ ଦେଖିବାକୁ ମିଳୁଛି ।