ସମ୍ବଲପୁର ସିଂହାସନରେ ବସିବ କିଏ? ଫଟୋରେ ଫଟୋରେ ଦେଖନ୍ତୁ ସମ୍ବଲପୁର ଲୋକସଭା ଓ ୭ ବିଧାନସଭାର ଟିକିନିକି ତଥ୍ୟ

197

କନକ ବ୍ୟୁରୋ : ସମ୍ବଲପୁର ସିଂହାସନରେ ବସିବ କିଏ । ଦିଲ୍ଲୀ ଲଢେଇ ପାଇଁ ସମ୍ବଲପୁରବାସୀ କାହାକୁ ବାଛିବେ ନିଜର ନେତା । ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ବିଜେଡି ନିଜର ଗଡ ରକ୍ଷା ପାଇଁ ମୈଦାନକୁ ଓହ୍ଲାଇଛି । ଠିକ୍ ସେହିଭଳି କଂଗ୍ରେସ ୫ ବର୍ଷ ପରେ ପୁଣିଥରେ ନିଜର ଗଡ ଅକ୍ତିଆର କରିବାକୁ ସୁଯୋଗ ଖୋଜୁଛି । ଆଉ ବିଜେଡି ଓ କଂଗ୍ରେସର ଛକାପଞ୍ଝା ମଧ୍ୟରେ ବିଜେପି ଏହି ଆସନରୁ ପ୍ରଥମ ବିଜୟ ପାଇଁ ନୂଆ ରଣନୀତି ଆପଣାଇଛି ।

ଦିଲ୍ଲୀ ଲଢେଇ ପାଇଁ ସମ୍ବଲପୁରରୁ ବିଜେଡିର ସିପାହୀ ସାଜିଛନ୍ତି ନଳିନୀ । ପ୍ରଥମ ଥର ପାଇଁ ରାଜନୀତି ମୈଦାନରେ କରୁଛନ୍ତି ଭାଗ୍ୟ ପରୀକ୍ଷା

ସମ୍ମାନଜନକ ସମ୍ବଲପୁର ଆସନ ପାଇଁ ମୈଦାନରେ ବିଜେପିର ନୀତିଶ ଗଙ୍ଗଦେବ । କେମିତି ଥିଲା ନୀତିଶଙ୍କ ରାଜନୈତିକ କ୍ୟାରିୟର

ସମ୍ବଲପୁର ସିଂହାସନ ଦଖଲ କରିବ କିଏ ? ଦୁଇ ଡାକ୍ତରଙ୍କୁ ଟକ୍କର ଦେବେ ଜୟନାରାୟଣ । ୨୦୦୦ ପରଠାରୁ ବିଜେପି ୩ ଥର ବିଜୟୀ ହୋଇଥିବା ବେଳେ ୨୦୧୪ରେ ବାଜି ମାରିଥିଲା ବିଜେଡି । ୧୯ ବର୍ଷ ପରେ କମବ୍ୟାକ୍ କରିବାକୁ କଂଗ୍ରେସ କଷୁଛି ଅଙ୍କ

ସମ୍ବଲପୁରରେ କଂଗ୍ରେସକୁ ବିଜୟ ଭେଟି ଦେବାକୁ ମୈଦାନରେ ଅଶ୍ୱିନୀ । ପୂରା ରାଜ୍ୟରେ ଚର୍ଚ୍ଚିତ ଚେହେରା ଭାବେ ଜଣାଶୁଣା

ଦ୍ୱିତୀୟ ବିଜୟ ପାଇଁ ମୈଦାନରେ ରାସେଶ୍ୱରୀ । ଜାଣନ୍ତୁ କିଭଳି ରାସେଶ୍ୱରୀଙ୍କ ବିଷୟରେ କିଛି

ବିଜୟ ଟୀକା ପିନ୍ଧିବାକୁ ମୈଦାନରେ ଜୟନାରାୟଣ । ଜାଣନ୍ତୁ କେମିତି ରହିଛି ତାଙ୍କ ରାଜନୈତିକ କ୍ୟାରିୟର

ରେଙ୍ଗାଲି ରାଜନୀତିରେ କିଏ ମାରିବ ବାଜି? ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ହୋଇଥିବା ୨ଟି ନିର୍ବାଚନରେ ଉଭୟ ବିଜେଡି ଓ କଂଗ୍ରେସ ଥରେ ଲେଖାଏଁ ମାରିଛନ୍ତି ବାଜି । ଏଯାଏଁ ଖାତା ଖୋଲିପାରିନି ବିଜେପି ।

କୁଚିଣ୍ଡାରେ କିଏ ଉଡାଇବ ବିଜୟ ବାନା? ଜନ୍ମ ପରଠାରୁ ଏଯାଏଁ ଖାତା ଖୋଲିନାହିଁ ବିଜେଡି । ଗଡ ବଞ୍ଚାଇବା ପାଇଁ ବିଜେପି କରୁଛି ଭରପୂର ପ୍ରୟାସ । କମବ୍ୟାକ୍ କରିବାକୁ କଂଗ୍ରେସର କସରତ

କାହାକୁ ଭରସା କରିବେ ଆଠମଲ୍ଲିକବାସୀ? ୨୦୦୦ରୁ ବିଜେଡିର ଅଭେଦ୍ୟ ଦୁର୍ଗ ରହି ଆସିଛି ଆଠମଲ୍ଲିକ, ଦୁର୍ଗ ଭେଦ କରିବାକୁ କଂଗ୍ରେସ ଓ ବିଜେପିର ନୂଆ ରଣନୀତି ।

ଛେଣ୍ଡିପଦା ବାଜି ଜିତିବ କିଏ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି, ବିଜୟ ଧ୍ୱଜା ଉଡାଇବା ପାଇଁ କଂଗ୍ରେସ ଓ ବିଜେପିର ଜୋରଦାର ଉଦ୍ୟମ

ଦେବଗଡରେ ଦମ ଦେଖାଇବ କିଏ ? ଗତ ୪ଟି ନିର୍ବାଚନରେ ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି ଦେବଗଡବାସୀ । ଏଥର କାହାକୁ ଭରସା କରିବେ ଜନତା

ରେଢାଖୋଲ ରାଜନୀତି, ବଢୁଛି ତାତି । ବିଜେଡିର ଗଡ ରହିଛି ରେଢାଖୋଲ, ବିଜୟ ପାଇଁ ସୁଯୋଗ ଖୋଜୁଛନ୍ତି ବିଜେପି ଓ କଂଗ୍ରେସ ।

ମତାମତ

Your email address will not be published.