କନକ ବ୍ୟୁରୋ: ବୁର୍ଲା ଡାକ୍ତରଖାନାରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଷ୍ଟିଚିଂ ଟେବୁଲ ଅଭାବ ଯୋଗୁଁ ବେଡରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଷ୍ଟିଚ୍ କରିଛନ୍ତି ଡାକ୍ତର । ଖାଲି ସେତିକି ନୁହେଁ, କାଜୁଆଲିଟିରେ ଇଲେକ୍ଟ୍ରିକ୍ ଭୋଲଟେଜ ନଥିବାରୁ ମୋବାଇଲରେ ଚିକିତ୍ସା କରିଛନ୍ତି ଡାକ୍ତର । ଏକାଥରକେ ଦୁର୍ଘଟଣାଗ୍ରସ୍ତ ୯ ଜଣ ବ୍ୟକ୍ତି ବୁର୍ଲା ଡାକ୍ତରଖାନାକୁ ଆସିଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି ।
କାଜୁଆଲଟିରେ କେବଳ ଗୋଟିଏ ମାତ୍ର ଷ୍ଟିଚିଂ ଟେବୁଲ ଥିବାରୁ ଏକାଧିକ ରୋଗୀ ଗୋଟିଏ ସମୟରେ ଆସିଲେ ଚିକିତ୍ସା କରିବାରେ ଅସୁବିଧା ହେଉଛି । ବୁର୍ଲା ମେଡିକାଲରେ ଏପରି ଅବ୍ୟବସ୍ଥାକୁ ନେଇ ସାଧାରଣରେ ଚର୍ଚ୍ଚା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/sam.jpg)
/kanak/media/post_attachments/wp-content/uploads/2018/03/sammm-300x158.jpg)