ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସମଯାଜପୁର ରେଲୱେ ଓଭରବ୍ରିଜ ସେପ୍ଟେମ୍ବର ୧୦ ସୁଦ୍ଧା ମରାମତି କରାଯାଇ ଯାନବାହନ ଚଳାଚଳ କରିବ । ପୁରୀରେ ଅନୁଷ୍ଟିତ ନବକଳେବର ସମୀକ୍ଷା ବୈଠକରେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ । ୪ ଲେନ୍ ଜାତୀୟ ରାଜପଥ ରାସ୍ତା ବାକିଥିବା କାମର ମଧ୍ୟ ଟେଣ୍ଡର କରାଯାଇଛି ଆଉ ୨ ମାସ ମଧ୍ୟରେ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରକଳ୍ପ ନିର୍ଦେଶକ।
ଅନ୍ୟପଟେ ଜାତୀୟ ରାଜପଥରେ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ ବୀମା ବ୍ୟବସ୍ଥା ଓ ରାସ୍ତାର ଉଭୟ ପାଶ୍ୱର୍ରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେବାକୁ ଆରଡିସି ଏନଏଚଏଆଇ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ଡ୍ରେନପାଣି ସିଧାସଳଖ ମଙ୍ଗଳାନଦୀରେ ମିଶି ପ୍ରଦୂଷିତ କରୁଥିବାରୁ ତା ନିରାକରଣ ପାଇଁ ପଦକ୍ଷେପ ନେବାକୁ ଡ୍ରେନେଜ୍ ବିଭାଗକୁ ନିର୍ଦେଶ ଦେଇଛନ୍ତି ନବକଳେବର ଭିତିଭୂମି ତଦାରଖ କମିଟିର ଅଧ୍ୟକ୍ଷ ମହେଶ୍ୱର ମହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/vlcsnap-2016-08-24-08h30m07s344.png)