କନକ ବ୍ୟୁରୋ : ବାରବାଟୀ ଆସିବେ ବଲିଉଡର ଜାନ୍ ସଲମାନ ଖାନ୍ । ଆସନ୍ତାକାଲି ଓଡିଶା ଆସିବେ ସଲମାନ । ଏନେଇ ଟ୍ୱିଟ୍ କରି ଖୁସି ଜାହିର କରିଛନ୍ତି ସୁପରଷ୍ଟାର ସଲମାନ୍ ଖାନ୍ । କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ଟ୍ୱିଟ୍ କରିବା ସହ ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ସଲମାନ । ତେବେ ଗତ କିଛି ଦିନ ଧରି ସଲମାନ ଓଡିଶା ଆସିବେ କି ନାହିଁ ସେନେଇ ଚର୍ଚ୍ଚା ଲାଗି ରହିଥିଲା । ତେବେ ଆଜି ଓଡିଶା ଆସିବା ନେଇ ସ୍ପଷ୍ଟ କରିଛନ୍ତି ସଲମାନ ।
ଆଜି ରାଜଧାନୀ ଭୁବନେଶ୍ୱରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଘାଟନୀ ସମାରୋହ ଶେଷ ହୋଇଥିବା ବେଳେ ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ସମାରୋହ ହେବ । ଏଥିରେ ସଲମାନଙ୍କ ସହ ଏ.ଆର ରେହେମାନଙ୍କ ଜଲୱା ଦେଖିବାକୁ ମିଳିବ । ଭାଇଜାନଙ୍କ ଓଡିଶା ଆସିବା ନେଇ ସ୍ପଷ୍ଟ ହେବା ପରେ ଏବେ ଅପେକ୍ଷା ଆସନ୍ତାକାଲିକୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/Salman.jpg)