୨୦୧୯ ହେବ ଦେଶର ଶେଷ ନିର୍ବାଚନ ! ଜାଣନ୍ତୁ କାହଁକି ଏମିତି କହିଲେ ବିଜେପି ସାଂସଦ । 

573

ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭାରତୀୟ ଜନତା ପାର୍ଟିର ସାସଂଦ ସାକ୍ଷୀ ମହାରାଜ, ଆଉ ଏକ ବଡ ବୟାନ୍ ଦେଇଛନ୍ତି, ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ଉନ୍ନାବରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସାକ୍ଷୀ ମହାରାଜ କହିଛନ୍ତି ଯେ, ୨୦୧୯ ନିର୍ବାଚନ ଦେଶର ଶେଷ ନିର୍ବାଚନ ଅଟେ । ୨୦୨୪ରେ ଦେଶରେ ନିର୍ବାଚନ ହେବ ନାହିଁ । ତେବେ ସାସଂଦ କାହିଁକି ଏମିତି କହିଲେ, ତାକୁ ନେଇ ଏବେ ସୃଷ୍ଟି  ହୋଇଛି ପ୍ରଶ୍ନବାଚୀ ।

ଗୁରୁବାର ଉନ୍ନାବ ଠାରେ ଆୟୋଜିତ ହୋଇଥିବା ସମର୍ପଣ ନିଧି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ସାସଂଦ ସାକ୍ଷୀ ମହାରାଜ କହିଥିଲେ ଯେ, ୨୦୧୯ର ନିର୍ବାଚନ ରାଜନୈତିକ ଦଳର ନିର୍ବାଚନ ହେବ ନାହିଁ  । ପ୍ରଥମ ଥର ପାଇଁ ଦେଶରେ ଜାଗୃତି ଆସିଛି , ଆଉ ହିନ୍ଦୁମାନେ ଜାଗି ଉଠିଛନ୍ତି । ୨୦୧୯ର ନିର୍ବାଚନ ଶେଷ ନିର୍ବାଚନ ହେବ । ଏହା ପରେ ଦେଶରେ ଆଉ କୌଣସି ନିର୍ବାଚନ ହେବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଜଣେ ସନ୍ୟାସୀ ଅଟନ୍ତି, ଆଉ ତାଙ୍କ ମନରେ ଯାହା ଆସିଥାଏ, ସେ ତାହା କହିଦେଇଥାନ୍ତି ।

ସାକ୍ଷୀ ମହାରାଜ ନିଜ ଭାଷଣରେ କହିଛନ୍ତି, ୨୦୧୪ରେ ଦେଶରେ ମୋଦିଙ୍କ ଲହର ଥିଲା । କିନ୍ତୁ ଚଳିତଥର ମୋଦିଙ୍କ ନାଁରେ ସୁନାମି ରହିଛି । ଆଉ ଏମିତିରେ ଦେଶରେ ସମସ୍ତ ଗଠବନ୍ଧନ ଫେଲ୍ ମାରିବ । ସେ କହିଛନ୍ତି ଯେ, ଦେଶରେ ଏମିତି କୌଣସି ଶକ୍ତି ନାହିଁ, ଯାହାକି ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ ହେବାରେ ଅଟକାଇପାରିବ । ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ଏଭଳି ବୟାନ୍ ପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା । ତେବେ ପୂର୍ବରୁ ମଧ୍ୟ ନିଜର ଅନେକ ବିବାଦୀୟ ବୟାନ୍ ପାଇଁ ଚର୍ଚ୍ଚାରେ ରହିଥିଲେ ସାଂସଦ ସାକ୍ଷୀ ମହାରାଜ ।