ସମ୍ବଲପୁରରେ ଉଜ୍ୱଳା କାର୍ଯ୍ୟକ୍ରମକୁ ନେଇ ଜୋର ଧରିଲା ରାଜନୀତି : ବିଜେଡିକୁ ଟାର୍ଗେଟ କଲା ବିଜେପି

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା କାର୍ଯ୍ୟକ୍ରମକୁ ନେଇ ଜୋର ଧରିଲା ରାଜନୀତି । ସ୍ଥାନୀୟ ବିଜେଡି ବିଧାୟିକାଙ୍କୁ କାର୍ଯ୍ୟକ୍ରମକୁ ଡକାଯାଇନଥିବାରୁ, ବିଜେପି ରାଜନୈତିକ ଶାଳୀନତା ରଖୁନଥିବା ଅଭିଯୋଗ କରିଆସୁଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା । କହିଛନ୍ତି ବିଜେଡିର ଦୁଇ ସାଂସଦଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିବାବେଳେ କାହିଁକି ଆସିଲେ ନାହିଁ ସେନେଇ ସ୍ପଷ୍ଟ କରୁ ଦଳ । ସେହିପରି ବିଜେଡିର ରାଜନୈତିକ ଅଶୋଭନୀୟତାର ଉଦାହରଣ ଦେଇଛନ୍ତି ସଜ୍ଜନ ଶର୍ମା । ଏଥିସହ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ସଜ୍ଜନ ଶର୍ମା । ଉଜ୍ୱଳା କାର୍ଯ୍ୟକ୍ରମ ପରଠୁ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ ।