ଆସିଲା ‘ଜିରୋ’ର ନୂଆ ପୋଷ୍ଟର୍ : ‘କ୍ୟାଟ୍ରିନା’ ଓ ‘ଅନୁଷ୍କା’ଙ୍କ ସହ ନଜର ଆସିଲେ ବାମନ ‘ଶାହରୁଖ’

ଶାହରୁଖ୍ ଖାନଙ୍କୁ ବାମନ ଅବତାରରେ ଦେଖିବେ ଦର୍ଶକ

169

ଅନେକ ଦିନରୁ କିଙ୍ଗ ଖାନ୍ ଶାହରୁଖ୍ ନିଜ ଆଗାମୀ ଫିଲ୍ମ ‘ଜିରୋ’ର ପ୍ରସ୍ତୁତିରେ ଥିଲେ ବ୍ୟସ୍ତ । ଆଉ ତାଙ୍କର ଏହି ଅପକମିଂ ସିନେମାକୁ ନେଇ ସିନେ ପ୍ରେମୀଙ୍କ ଭିତରେ ଭରି ରହିଥିଲା ଅନେକ ଉତ୍କଣ୍ଠା । ଏବେ ଦର୍ଶକଙ୍କ ଏହି ଉତ୍କଣ୍ଠା ଆହୁରି ବଢି ଯାଇଛି । କାରଣ ସାମ୍ନାକୁ ଆସିଛି ଫିଲ୍ମର କିଛି ପୋଷ୍ଟର୍ । ଯେଉଁଥିରେ ଶାହରୁ୍ଖ ଖାନଙ୍କ ସହ ତାଙ୍କ ନାୟିକା କ୍ୟାଟ୍ରିନା କୈଫ୍ ଓ ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିଛି ।

ଶାହରୁଖ୍ ଖାନଙ୍କ ବାମନ ଅବତାର । ଆଉ ତା ସହ କ୍ୟାଟ୍ରିନାଙ୍କ ହଟ୍ ଅନ୍ଦାଜ୍ । ଅନ୍ୟପଟେ ଅନୁଷ୍କାଙ୍କ ଭିନ୍ନକ୍ଷମ ଗେଟଅପ୍ । ଏମିତି କିଛି ଦେଖିବାକୁ ମିଳିଛି ଶାହରୁଖ୍ ଖାନଙ୍କ ଆଗାମୀ ଫିଲ୍ମ ଜିରୋର କିଛି ପୋଷ୍ଟରରେ । ନିଜର ଏହି ଅପକମିଂ ଫିଲ୍ମର ଦୁଇ ଲିଡ୍ ନାୟିକାଙ୍କୁ ନେଇ ଶାହରୁଖ୍ ଭେଟି ଦେଇଛନ୍ତି ୨ଟି ପୋଷ୍ଟର୍ । ଯାହାକୁ କିଙ୍ଗ ଖାନ୍ ନିଜ ଅଫିସିଆଲ୍ ଟ୍ୱିଟର୍ ଆକାଉଂଟରେ କରିଛନ୍ତି ସେୟାର୍ । ଯେଉଁଠି କ୍ୟାଟ୍ରିନାଙ୍କ ଉଦ୍ଦେଶ୍ୟରେ ସେ କ୍ୟାପସନ୍ ଦେଇଛନ୍ତି ‘ସିତାରୋଁ କେ ଖ୍ୱାବ୍ ଦେଖନେ ୱାଲୋଁ, ହମନେ ତୋ ଚାନ୍ଦ କୋ କରିବ୍ ସେ ଦେଖା ହୈ’ । ସେହିପରି ଅନୁଷ୍କାଙ୍କ ସହ ସେୟାର୍ କରିଥିବା ପୋଷ୍ଟରରେ ଶାହରୁଖ୍ ଲେଖନ୍ତି ‘ଇସ୍ ପୁରି ଦୁନିୟା ମୈଁ, ମେରି ବରାବରି କି ଏକ ହି ତୋ ହୈ’.. । ଶାହରୁଖଙ୍କ ଏହି ପୋଷ୍ଟର୍ ଦେଖି ତାଙ୍କ ପ୍ରଶଂସକଙ୍କ ଉତ୍କଣ୍ଠା ଆହୁରି ବୃଦ୍ଧି ପାଇ ଯାଇଛି । ପୂର୍ବରୁ ହିଁ ସିନେ ପ୍ରେମୀ ଉତ୍ସାହର ସହ ଅପେକ୍ଷା କରିଥିଲେ ଏହି ସିନେମାକୁ ନେଇ । କାରଣ ଏଥିରେ ଶାହରୁଖ୍ ଖାନଙ୍କୁ ପ୍ରଥମ ଥର ପାଇଁ ଜଣେ ବାମନ ଅବତାରରେ ଦେଖିବାକୁ ମିଳିବ । ଏହାବ୍ୟତୀତ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ବଲିଉଡ୍ ହଟ୍ ନାୟିକା କ୍ୟାଟ୍ରିନା କୈଫ୍ ଓ ଅନୁଷ୍କା ଶର୍ମା । ଏହାଛଡା ସିନେମାରେ ରହିଛି ଏକ ସ୍ପେଶାଲ୍ ଗୀତ ଯେଉଁଥିରେ କିଙ୍ଗ ଖାନଙ୍କ ସହ ଡ୍ୟାନ୍ସ କରିବାରେ ନଜର ଆସିବେ ଦବଙ୍ଗ ଖାନ୍ । ଏତେ ସବୁ ସେଲିଂ ପଏଂଟ୍ ପାଇଁ ଚଳଚ୍ଚିତ୍ର ଜିରୋ ପୂର୍ବରୁ ହିଁ ରହିଛି ଚର୍ଚ୍ଚାରେ । ଆଉ ଏବେ ସିନେମାର ପୋଷ୍ଟର୍ ଆହୁରି ଉତ୍ସାହିତ କରିଛି ଫ୍ୟାନ୍ସକୁ । ତେବେ ଜିରୋର ପ୍ରଥମ ଟ୍ରେଲର୍ ନଭେମ୍ବର ୨ ଶାହରୁଖଙ୍କ ଜନ୍ମଦିନ ଅବସରରେ ମୁକ୍ତିଲାଭ କରିଛି ।