କ୍ରିସମସରେ ସଚିନ ତେନ୍ଦୁଲକର ବନିଲେ ସାନ୍ତାକ୍ଲଜ୍ : ଆଶ୍ରମରେ ପିଲାଙ୍କୁ ବାଣ୍ଟିଲେ ଗିଫ୍ଟ

93

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଯେତେବେଳେ ଯାହା କରନ୍ତି, ପୂରା ମନଲଗାଇ କରନ୍ତି । ଆଉ ତାଙ୍କର କାମ କରିବାର ଢଙ୍ଗ ହିଁ ନିଆରା । ଖ୍ରୀଷ୍ଟମାସରେ କିଛି ଏଭଳି କରି ଦେଖାଇଛନ୍ତି ମାଷ୍ଟରବ୍ଲାଷ୍ଟର । ଆଉ ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ସାନ୍ତା ବେଶରେ ମୁମ୍ବାଇର ଏକ ଆଶ୍ରମରେ ପିଲାମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛନ୍ତି ସଚିନ । ସଚିନ ସାନ୍ତା ବେଶରେ ପିଲାଙ୍କ ସହ ଡ୍ୟାନ୍ସ କରିବା ସହ ଗୀତ ଗାଇଥିଲେ । ଆଉ ମନଭରି ଗିଫ୍ଟ ବି ବାଂଟିଥିଲେ । ମାଷ୍ଟର ବ୍ଲାଷ୍ଟର କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି । ଏହି ସମୟରେ ସେ କୌଣସି ଉତ୍ସବକୁ ହାତଛଡା ବି କରିବାକୁ ଚାହୁଁନାହାନ୍ତି । ଆଉ ଖ୍ରୀଷ୍ଟମାସରେ ପିଲାଙ୍କ ସହ ବେଶ ମସ୍ତି କରିଛନ୍ତି ସଚିନ ତେନ୍ଦୁଲକର ।

ସଚିନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଯେତେବେଳେ ସେ ସାଣ୍ଟା ବନି ଆଶ୍ରମକୁ ଗଲେ ପିଲାମାନେ ତାଙ୍କୁ ଦେଖି ଖୁସି ହୋଇଗଲେ । ସଚିନ ମାନସିକ ସ୍ତରରେ ଦୁର୍ବଳ ପିଲାଙ୍କ ସହ କ୍ରିସମସ୍ ପାଳନ କଲେ । ତାଙ୍କ ସହ କ୍ରିକେଟ୍ ଖେଳିଲେ ।