ରାଜସ୍ଥାନରେ କିଏ ହେବେ ମୁଖ୍ୟମନ୍ତ୍ରୀ, ସେନେଇ ଚାଲିଛି ଅଙ୍କକଷା । ରାଜସ୍ଥାନରେ ଦୁଇ ଆଶାୟୀ । ଜଣେ ଦଳର ବରିଷ୍ଠ ନେତା ଅଶୋକ ଗେହଲଟ, ଆଉ ଜଣେ ଯୁବ ଚେହେରା ସଚିନ ପାଇଲଟ୍ । ଉଭୟ ନେତାଙ୍କ ସମର୍ଥକମାନେ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି । ଏହାରି ଭିତରେ ଦଳ ଭିତରେ ଦେଖାଦେଲାଣି କନ୍ଦଳ । ଏପରିକି ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାନଗଲେ କଂଗ୍ରେସ ଛାଡିବା ନେଇ ମଧ୍ୟ ଜଣେ ବିଧାୟକ ଧମକ ଦେଇଛନ୍ତି ।
ରାଜସ୍ଥାନର ବିଧାୟକ ପି.ଆର ମୀନା ସିଧା ସିଧା କହିଛନ୍ତି ଯେ, ସଚିନ ପାଇଲଟ୍ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ନହେଲେ, ସେ ଦଳ ଛାଡିଦେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜସ୍ଥାନରେ ୭୦ରୁ ୮୦ ଜଣ ବିଧାୟକ ସଚିନ ପାଇଲଟଙ୍କ ସାଙ୍ଗରେ ଅଛନ୍ତି । ଏପରିକି ଏହି ବିଧାୟକ ଜଣକ ଅଶୋକ ଗେହଲଟଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । କହିଛନ୍ତି ପୁରା ନିର୍ବାଚନରେ କଠିନ ପରିଶ୍ରମ କରିଛନ୍ତି ସଚିନ୍ ପାଇଲଟ୍ । ଚଳିତ ନିର୍ବାଚନରେ ଅଶୋକ ଗେହଲଟ୍ ରାଜସ୍ଥାନ ପାଇଁ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଆଉ ଏହାରି ଭିତରେ କିଏ ହେବ ରାଜସ୍ଥାନର ମୁଖମନ୍ତ୍ରୀ, ତାକୁ ନେଇ ଏବେ ଚାଲିଛି ବଡ ପ୍ରତିଯୋଗିତା । ତେବେ ଏନେଇ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି ଶୁବ ଶିଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/sachin_pilot_injured1_niharonline.jpg)
/kanak/media/post_attachments/wp-content/uploads/2018/12/sachin-pilot_650x400_81451304902-1-300x185.jpg)