ସାବରିମାଳାରେ ପ୍ରବେଶ ପରେ ମହିଳାଙ୍କୁ ମିଳୁଛି ଲଗାତାର ଧମକ, ଫେରିପାରୁନାହାଁନ୍ତି ଘରକୁ

65

କେରଳର ସାବରିମାଳା ସ୍ଥିତ ଭଗବାନ ଅୟପ୍ପାଙ୍କ ମନ୍ଦିରରେ ମହିଳାଙ୍କ ପ୍ରବେଶ କରିବା ପରେ ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି । ଅନେକ ପୁରୁଣା ପରମ୍ପରା ଭାଙ୍ଗି ଦୁଇଜଣ ମହିଳା ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ । ମନ୍ଦିରର ପାରମ୍ପାରିକ ପ୍ରତିବନ୍ଧକକୁ ହଟାଇବା ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ଫଇସଲା ପରେ ଜାନୁୟାରୀରେ ୪୨ ବର୍ଷୀୟା କଲେଜ୍ ଅଧ୍ୟାପିକା ବିନ୍ଦୁ ଓ ୩୯ ବର୍ଷୀୟା କନକଦୁର୍ଗା ମନ୍ଦିରରେ ପ୍ରବେଶ କରିଥିଲେ ।

ଉଭୟ ମହିଳାଙ୍କୁ ଏବେ ଶ୍ରଦ୍ଧାଳୁଙ୍କ ପାଖରୁ ଲଗାତାର ଧମକ ମିଳୁଛି । ସୁପ୍ରିମକୋର୍ଟ ମହିଳାଙ୍କ ପ୍ରବେଶକୁ ଅନୁମତି ଦେବା ପରେ ସେପ୍ଟେମ୍ବରରୁ ହିଁ ସାବରିମାଳା ମନ୍ଦିର ବିବାଦ ଘେରରେ ଅଛି । ସେପ୍ଟେମ୍ବର ଠାରୁ ମନ୍ଦିର ପରିସରର ଅଧିକାରୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିବାଦ ଚାଲିଛି । ଶ୍ରଦ୍ଧାଳୁଙ୍କ ହିଂସାତ୍ମକ ବିରୋଧ ପ୍ରଦର୍ଶନ ବି ଦେଖିବାକୁ ମିଳିଛି । ଏତେ ବାଧାବିଘ୍ନ ସତ୍ୱେ ସେମାନେ ଭଗବାନ ଅୟପ୍ପାଙ୍କ ଦର୍ଶନ କରିବାକୁ ସକ୍ଷମ ହେଲେ ।

 

ସେମାନେ ସୁପ୍ରିକୋର୍ଟଙ୍କ ଫଇସଲା ପରେ ୨୪ ଡିସେମ୍ବରକୁ ମନ୍ଦିରରେ ପ୍ରବେଶ କରିବାର ପ୍ରୟାସ କରି ଅସଫଳ ହୋଇଥିଲେ । କିନ୍ତୁ ଜାନୁୟାରୀ ୨କୁ ତାଙ୍କୁ ମନ୍ଦିରକୁ ପ୍ରବେଶ କରିବାରେ ସଫଳତା ମିଳିଥିଲା । ସେହି ଜାନୁୟାରୀ ୨ରୁ ଉଭୟ ମହିଳାଙ୍କୁ ଆନ୍ଦୋଳନକାରୀଙ୍କ ଠାରୁ ଲଗାତାର ଧମକ ମିଳୁଛି । କିନ୍ତୁ ତାଙ୍କୁ ସୁରକ୍ଷା ଅଧିକାରୀଙ୍କ ଉପରେ ଭରସା ଅଛି ଯେ, ସେମାନେ ତାଙ୍କୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସୁରକ୍ଷିତ ଘର ପହଂଚାଇଦେବେ ।