କନକ ବ୍ୟୁରୋ : ନୂଆବର୍ଷରେ ଭାରତୀୟ ଅର୍ଥନୀତି ପାଇଁ ଆସିପାରେ ଭଲ ଖବର । ତଳକୁ ତଳକୁ ଖସିଚାଲିଥିବା ଭାରତୀୟ ମୁଦ୍ରା ପୁଣି ଫେରିପାଇବ ଶକ୍ତି । ସେହିପରି ତେଲ ଦରରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିପାରେ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦରର ମୂଲ୍ୟ ହ୍ରାସ ପରେ ଅର୍ଥନୀତିଜ୍ଞ ଏହା କହିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମ୍ ବେଶି ହେବା ଭାରତର ଅର୍ଥନୀତିକୁ ବେଶ୍ ପ୍ରଭାବିତ କରିଥାଏ । ଆଉ ଏହାର ପ୍ରଭାବ ଟଙ୍କାର ମୂଲ୍ୟ ଉପରେ ପଡ଼ିଥାଏ ।
ଗତ କିଛି ଦିନ ହେଲା ଟଙ୍କାର ମୂଲ୍ୟ ଲଗାତର ଭାବେ କମି ଚାଲିଛି । ଏପରିକି ଗୋଟିଏ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୨ ଟଙ୍କାକୁ ମଧ୍ୟ ଖସି ଆସିଥିଲା । ଟଙ୍କାର ମୂଲ୍ୟ କମିଲେ ବିଦେଶରୁ ଆମଦାନୀ ମହଙ୍ଗା ହୁଏ । ବିଦେଶରୁ ସମାନ ଦ୍ରବ୍ୟ କିଣିବାକୁ ପୂର୍ବ ଅପେକ୍ଷା ଅଧିକ ଅର୍ଥ ଦେବାକୁ ପଡ଼ିଥାଏ । ତେବେ ଏବେ ଏସବୁରେ ସୁଧାର ନେଇ ପୂର୍ବାନୁମାନ ପରେ ଆଶା ସଂଚାର ହୋଇଛି ।
ଏହାସହ ତେଲଦର ଓ ଟଂକାର କମୁଥିବା ମୂଲ୍ୟ ନେଇ ସମାଲୋଚନାର ଶିକାର ହୋଇଥିବା ମୋଦି ସରକାରଂକୁ କିଛିଟା ଆଶ୍ୱସ୍ତି ମିଳିବ । ୨୦୧୯ରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜନୀତିରେ ଏହା ଏକ ମୁଦ୍ଦା ପାଲଟିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/for-indian-economy-cashless-story_thinkstockphotos-587191498.jpg)