କନକ ବ୍ୟୁରୋ: ତେଲ ପାଇଁ ବାରମ୍ବାର ଅଚଳ ହୋଇଛି ବିଧାନସଭା । ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା ପରେ ସୋମବାର ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଦୁଇ ଦିନ ଛୁଟି ଥିବାରୁ ଗୃହ କାର୍ଯ୍ୟ ସୋମବାର ଯାଏଁ ମୁଲତବି କରାଯାଇଛି । ବାହାରେ ତେଲତାତି ଦେଖା ଦେଇଥିବାବେଳେ ଆଜି ବିଧାନସଭା ଭିତରେ ବି ତେଲତାତି ଦେଖିବାକୁ ମିଳିଥିଲା । ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଫଳରେ ବିଧାନସଭାର ଗୃହକାର୍ଯ୍ୟକୁ ଦିନ ୩ଟା ଯାଏଁ ମୁଲତବି ଘୋଷଣା କରାଯାଇଥିଲା ।
ଆଜି ଦିନ ୧୦ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତୈଳଦର ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେଡି ସଦସ୍ୟମାନେ ହୋହଲ୍ଲା ସହ ନାରାବାଜି କରିଥିଲେ । ବିଜେଡିର ହୋହଲ୍ଲା ମଧ୍ୟରେ ଶିକ୍ଷକ ସମସ୍ୟାକୁ ନେଇ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ । ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ପ୍ରଥମେ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ପରେ ଦୁଇ ଦିନ ଛୁଟି ଥିବାରୁ ସୋମବାର ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/odisha_1922016_bb-300x152.jpg)