ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘଚାଳକ ମୋହନ ଭାଗବତ୍ ରାମ ମନ୍ଦିର ସହ ଜଡିତ ଥିବା ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ରାମଙ୍କ କାମ କରିବାର ଅଛି ଏବଂ ରାମଙ୍କ କାମ ହେବ ହିଁ ହେବ । ରାଜସ୍ଥାନରେ ଏକ କାର୍ଯ୍ୟକ୍ରମ ସମୟରେ ଭାଗବତ୍ କହିଥିଲେ ଯେ ରାମଙ୍କ କାମ କରିବାର ଅଛି । ଆମର ହିଁ ଏହି କାମ , ଆମ କାମ ଆମେ ନିଜେ କରିବୁ । ଅନ୍ୟ ସବୁ ଦେଶ ମହାଶକ୍ତି ହେବାରେ ଅଲଗା ରହିବ । ଆମ ଦେଶର ଶକ୍ତି ହିଁ ଭିନ୍ନ । ଯାହାର ବ୍ୟବହାର ରାମ କରନ୍ତି ରାବଣ କରିଥିଲେ କଥା ଅଲଗା ହୋଇଥାନ୍ତା ।
କଥାବାଚକ ମୋରାରୀ ବାପୁଙ୍କ ଉପସ୍ଥିିତିରେ ଭାଗବତ୍ କହିଥିଲେ ଯେ , ଇତିହାସ କହିଛି ଯେଉଁ ଦେଶର ଲୋକ ସଜାଗ,ସକ୍ରିୟ,ଶକ୍ତିଶାଳୀ ଏବଂ ସ୍ଥିରବୁଦ୍ଧି ସେହି ଦେଶର ଭାଗ୍ୟ ନିରନ୍ତର ଆଗକୁ ବଢିଥାଏ । ଭାଗବତ୍ କହିଥିଲେ, ସବୁବେଳେ ଚର୍ଚ୍ଚା ହେଉଛି ଯେ ଭାରତ ବିଶ୍ୱଶକ୍ତି ହେବ କିନ୍ତୁ ଏହା ପୂର୍ବରୁ ଆମ ପାଖରେ ଗୋଟିଏ ଡରର ବାଡି ଅବଶ୍ୟ ରହିବା ଆବଶ୍ୟକ ।
ସଂଘ ମୁଖିଆ ଭାଗବତ୍ ଉଦୟପୁରରେ ଚାଲୁଥିବା ରାଜସ୍ଥାନ କ୍ଷେତ୍ର ସଂଘ ଶିକ୍ଷା ବର୍ଗ ଦ୍ୱିତୀୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ପହଂଚିଥିଲେ । ସେ ଏଠାରେ ୪ ଦିନ ଧରି ରହିବେ । ଏହି ଶିବିରରେ ୩୦୦ ସ୍ୱୟଂସେବକ ସଦସ୍ୟ ସାମିଲ ହୋଇ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/6a31b769d987386c17415ca20b308a40_342_660.jpg)
/kanak/media/post_attachments/wp-content/uploads/2019/05/Mohan-Bhagwat-ram-mandir-16-4-18-300x158.jpg)
/kanak/media/post_attachments/wp-content/uploads/2019/05/509333-mohan-bhagwat-pti-300x169.jpg)