ମାନବିକତା ହିଁ ମହାନତାର ପରିଚୟ ଦେଇଥାଏ । ଏହି ଲୋକକଥାକୁ ଚରିତାର୍ଥ କରି ଦେଖାଇଛନ୍ତି ବାରାଣାସୀର ଜଣେ ଆରପିଏଫ୍ ହାବିଲଦାର । ଘଟଣାଟି ହେଉଛି ବାରାଣାସୀ କେଣ୍ଟ ରେଲୱେ ଷ୍ଟେସନ୍ ପ୍ଲାର୍ଟଫର୍ମ ନମ୍ବର ୮ ର । ଷ୍ଟେସନରେ ଟ୍ରେନ୍ ଅଟକିଥିବା ବେଳେ ଟ୍ରେନରେ ଯାତ୍ରୀଙ୍କ ସୁବିଧା ଏବଂ ଅସୁବିଧାକୁ ତଦାରଖ କରିବା ପାଇଁ ଆରପିଏଫ୍ କନେଷ୍ଟବଳ ଅମିତ୍ କୁମାର ମିର୍ଶା ଟ୍ରେନ୍ ଭିତରକୁ ପଶିଥିଲେ । ଏସ୍ ୪ କୋଚରେ ଥିବା ଧନବାଦର ଜଣେ ୨୨ ବର୍ଷୀୟ ଯୁବକ ଅମରେନ୍ଦ୍ର ସିଂହଙ୍କ ଉପରେ ଅମିତଙ୍କ ନଜର ପଡିବା କ୍ଷଣି ସେ ଚମକି ଉଠିଥିଲେ । ଅମରେନ୍ଦ୍ର ଟ୍ରେନ୍ ଭିତରେ ରକ୍ତବାନ୍ତି କରୁଥିବା ଅବସ୍ଥାରେ ପଡିଥିଲେ । ଅମିତ କାଳବିଳମ୍ବ ନ କରି ପିଠିରେ ଅମରେନ୍ଦ୍ରଙ୍କୁ ଲଦି ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଯାତ୍ରୀ ଅମିତଙ୍କର ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ ଏବଂ ତାଙ୍କ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ ।
ବର୍ତ୍ତମାନ ଅମରେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଅମିତଙ୍କ କହିବାନୁସାରେ ବାରାଣାସୀ ଷ୍ଟେସନରେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଷ୍ଟ୍ରେଚରର ଆବଶ୍ୟକ ଯାହାର ସୁବିଧା ଷ୍ଟେସନରେ ନାହିଁ ତେଣୁ ସେ ଡାକ୍ତରଖାନାରୁ ଷ୍ଟ୍ରେଚର ଆସିବା ପର୍ଯ୍ୟନ୍ତ ଅପେକ୍ଷା ନକରି ପିଠିରେ ରୋଗୀକୁ ଉଠାଇ ଡାକ୍ତରଖାନାରେ ପହଞ୍ଚିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/f28f879b3012c10d3e3bcdd35e5e9de2.jpg)