ହାଇଦ୍ରାବାଦ ଆସିବେ ଟ୍ରମ୍ପଙ୍କ ଝିଅ ଇଭାଙ୍କା ! ସ୍ୱାଗତ ପାଇଁ ଇଣ୍ଡୋନେସିଆ ଓ ବ୍ୟାଙ୍କକରୁ ଆସିଲା ଫୁଲ, ବୁଲା କୁକୁରଙ୍କୁ ବିଷ ଦେଇ ମରାଯାଉଥିବା ଅଭିଯୋଗ

100

ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ । ଆଗାମୀ ସପ୍ତାହରେ ହାଇଦ୍ରାବାଦରେ ଆୟୋଜିତ ହେବାକୁ ଥିବା ଗ୍ଲୋବାଲ ଇକୋନୋମିକ ସମିଟ କାର୍ଯ୍ୟକ୍ରମରେ ଯୋଗେଦେବେ ଇଭାଙ୍କା । ଏଥିପାଇଁ ଏବେଠୁ ଆରମ୍ଭ ହୋଇଛି ପ୍ରସ୍ତୁତି । ସହରକୁ ସମ୍ପୂର୍ଣ୍ଣ ଭାବେ ସଜାଇବାକୁ ହାଇଦ୍ରାବାଦ ପ୍ରଶାସନ ନିଷ୍ପତି ନେଇଛି । ତେବେ ଇଭଙ୍କାକୁ ଖୁସି କରିବାକୁ ପ୍ରଶାସନ ଏଭଳି କିଛି ନିଷ୍ପତି ନେଇଛି ଯାହା ଆପଣଙ୍କୁ ଚକିତ କରିଦେବ । ଯାହର ପ୍ରଭାବ ଉଭୟ ମଣିଷ ଓ ପଶୁଙ୍କ ଉପରେ ପଡିଛି ।

ivanka-trump-03_555_112317031333ରିପୋର୍ଟ ଅନୁଯାୟୀ, ଗ୍ଲୋବାଲ ଇକୋନୋମିକ ସମିଟରେ ଯୋଗଦେବାକୁ ଇଭାଙ୍କା ଆସୁଥିବା ବେଳେ ତାଙ୍କ ଆଥିତେୟତାରେ ଯେମିତି ଟିକିଏ ବି ଉଣା ନ ହୁଏ ସେ କମର କସିଛି ହାଇଦ୍ରବାଦ ପ୍ରଶାସନ । ତେବେ ଏସବୁ ଭିତରେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଯାହା ହାଇଦ୍ରାବାଦ ନଗର ନିଗମକୁ ଅଡୁଆରେ ପକାଇଛି । କିଛି ଲୋକଙ୍କ କହିବା କହିବା ଅନୁଯାୟୀ, ଇଭାଙ୍କା ଆସିବା ପୂର୍ବରୁ ହାଇଦ୍ରାବାଦ ନଗର ନିଗମ ପକ୍ଷରୁ କୁକୁର ମାରିବା ଅଭିଯାନ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମ ହେଉଥିବା ଅଞ୍ଚଳରେ ବୁଲା କୁକୁରଙ୍କୁ ବିଷ ଦେଇ ମରାଯାଉଥିବା ଅଭିଯୋଗ ହେଉଛି । ଏପରିକି ବିଷ ପ୍ରଭାବରେ ଅନେକ କୁକୁର ଗୁରୁତର ଅସୁସ୍ଥ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

କେବଳ କୁକୁର ନୁହେଁ ଇଭାଙ୍କାଙ୍କ ହାଇଦ୍ରାବାଦ ଗସ୍ତ ମଣିଷ ଉପରେ ମଧ୍ୟ ପ୍ରଭାବ ପକାଇଛି । କୁକୁର ମରା ଅଭିଯାନ ପୂର୍ବରୁ ପ୍ରଶାସନ ଆରମ୍ଭ କରିଥିଲା ଭିକାରୀ ହଟାଓ ଅଭିଯାନ । ଏହାଦ୍ୱାରା ସହରରେ ବୁଲୁଥିବା ସମସ୍ତ ଭିକାରୀକୁ ପୋଲିସ ଧରି ଥଇଥାନ କେନ୍ଦ୍ରରେ ଛାଡିଛି । ଏପରିକି ହାଇଦ୍ରାବାଦରେ ଏବେ ଭିକାରୀଙ୍କୁ ଦେଖିଲେ ଉଠାଇ ନେଉଛନ୍ତି ପୋଲିସ । ଫଳରେ ଏମାନଙ୍କ ବୃତ୍ତି ଉପରେ ମଧ୍ୟ ପ୍ରଭାବ ପଡିଛି ।

ଏପରିକି ଇଭାଙ୍କାଙ୍କ ରହିବା ପାଇଁ ଫଳକନୁମା ପ୍ୟାଲେସକୁ ବୁକ୍ କରାଯାଇଛି । ତେବେ ଇଭାଙ୍କାଙ୍କ ଖାଇବା ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ତେଲେଙ୍ଗାନା ସରକାର । ପ୍ରତି ଖାଦ୍ୟ ମେନ୍ୟୁ ପାଇଁ ତାଜ ହୋଟଲରେ ଏକ୍ସପର୍ଟଙ୍କୁ ଡକା ଯାଇଛି । ଖାସକରି ହାଇଦ୍ରାବାଦୀ ବିରିୟାନୀ ତିଆରି କରିବା ପାଇଁ ମୁମ୍ବାଇ, ଦିଲ୍ଲୀ ଓ କୋଲକାତାରୁ ସେଫଙ୍କୁ ଡକାଯାଇଛି । ଇଭାଙ୍କାଙ୍କ ସୁନା ଓ ରୂପା ଥାଳିରେ ଖାଦ୍ୟ ପରଷାଯିବ ବୋଲି ଜଣାପଡିଛି ।

trumpଇଭାଙ୍କାଙ୍କୁ ସ୍ୱାଗତ କରିବା ପାଇଁ ଇଣ୍ଡୋନେସିଆ, ବ୍ୟାଙ୍କକ ଓ ବାଙ୍ଗାଲୋରରୁ ଫୁଲ ଅର୍ଡର କରାଯାଇଛି । ଯଦି ସୁରକ୍ଷା କଥା ଉପରେ ନଜର ପକାଇବା ତେବେ ଇଭାଙ୍କାକ ସୁରକ୍ଷା ଦାୟିତ୍ୱରେ ତେଲଙ୍ଗାନାର ଆଣ୍ଟି ନକ୍ସଲ ଫୋର୍ସ ଓ ସ୍ନାଇପର୍ସ ଅକ୍ଟୋପସ କମାଣ୍ଡୋଙ୍କ ହାତରେ ନ୍ୟସ୍ତ ରହିବ । ଏମାନେ ଇଭାଙ୍କାଙ୍କୁ ଚାରି ପଟରୁ ଘେରି ରଖିବେ ।ଇଭାଙ୍କାଙ୍କ ସୁରକ୍ଷା ପାଇଁ ପ୍ରଶିକ୍ଷିତ ସ୍ନିପର୍ ସେଲ କମାଣ୍ଡୋଙ୍କୁ ମୁତୟନ କରାଯିବ । ନଭେମ୍ବର ୨୭ ତାରିଖରେ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ହାଇଦ୍ରାବାଦ ପହଁଚିବାକୁ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗସ୍ତବେଳେ ଫାଲକନାମା ପ୍ୟାଲେସ, କନଭେନସନ୍ ସେଂଟର୍ ଓ ମିୟାପୁରରେ ମୁତୟନ ରହିବେ ତେଲେଙ୍ଗାନା ଏଲିଟ୍ ଗ୍ରୁପ୍ର ଗ୍ରେହାଉଣ୍ଡ ଆଂଟି ନକ୍ସଲ ଫୋର୍ସ ଓ ଲକ୍ଷ୍ୟଭେଦରେ ମାହିର ଅକ୍ଟୋପସ୍ ଆଂଟି ଟେରର ଫୋର୍ସର କମାଣ୍ଡୋ । ଏହି ତିନୋଟି ସ୍ଥାନରେ କମାଣ୍ଡୋଙ୍କ ହାତରେ ରୁଷ୍ ନିର୍ମିତ ଦର୍ଗୁନୋଭ୍ ସ୍ୱତନ୍ତ୍ର ରାଇଫଲ୍ ରହିବ । ରାତିରେ ମଧ୍ୟ ଏହି ରାଇଫଲ୍ ସହାୟତାରେ ସହଜରେ ଲକ୍ଷ୍ୟଭେଦ କରିହେବ । ନଭେମ୍ବର୨୫ ତାରିଖରୁ କମାଣ୍ଡୋ ଏହି ୩ଟି ସ୍ଥାନରେ ମୁତୟନ ହେବେ । ଇଭାଙ୍କାଙ୍କ ଭାରତଗସ୍ତକୁ ନେଇ ହାଇଦ୍ରାବାଦ ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଥିବା ବେଳେ ଚର୍ଚ୍ଚାକୁ ଆସିଛି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବା ବେଳେ ଗ୍ଲୋବାଲ ଇକୋନୋମିକ ସମିଟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଇଭାଙ୍କାଙ୍କୁ ନିମନ୍ତ୍ରଣ କରିଥିଲେ । ଇଭାଙ୍କା ମଧ୍ୟ ମୋଦିଙ୍କ ନିମନ୍ତ୍ରଣକୁ ରକ୍ଷା କରି ଭାରତ ଆସୁଛନ୍ତି ।