ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର ! ଖୁବ ଶିଘ୍ର ଲଞ୍ଚ ହେବ ଦୁନିଆର ସବୁଠାରୁ ଶସ୍ତା ବୁଲେଟ, ୧ ଲିଟର ପେଟ୍ରୋଲରେ ଦୌଡିବ ୯୦ କିଲୋମିଟର ।

84

ଭାରତରେ ରୟାଲ ଏନଫିଲ୍ଡ ବୁଲେଟକୁ ଏକ ଦମଦାର ବାଇକର ଆଖ୍ୟା ଦିଆଯାଇଛି । ଦେଶର ପ୍ରତିଟି ରାସ୍ତା ପ୍ରତିଟି ଗଳିରେ ବୁଲେଟର ଶବ୍ଦ ଶୁଣିବାକୁ ମିଳିଯାଏ । ଅନେକ ଲୋକ ବୁଲେଟ କିଣି ଚଲାଇବାର ସ୍ୱପ୍ନ ରଖିଥାନ୍ତି । କିନ୍ତୁ ଏହାର ଅଧିକ ଦାମ ଏବଂ କମ ମାଇଲେଜ କାରଣରୁ ସାଧାରଣ ଲୋକ ବୁଲେଟୁ କିଣିପାରନ୍ତି ନାହିଁ । ତେବେ ସାଧାରଣ ଲୋକଙ୍କୁ କେବଳ ଏହାର ଶବ୍ଦ ଶୁଣି ସନ୍ତୁଷ୍ଟ ହେବାକୁ ପଡିଥାଏ । କିନ୍ତୁ ଏବେ ଖୁବ ଶିଘ୍ର ଲଞ୍ଚ ହେବାକୁ ଯାଉଛି ଦୁନିଆର ସବୁଠାରୁ ଶସ୍ତା ବୁଲେଟ । ଏହାକୁ କିଣିବା ପାଇଁ ଆପଣଙ୍କୁ ଏବେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏଣିକି କମ ମାଇଲେଜରେ ବୁଲେଟର ମଜା ନେଇପାରିବେ ସାଧାରଣ ଲୋକେ ।

ଏବେ ଅଟୋ ମୋବାଇଲ ଦୁନିଆରେ ଏପରି ଏକ ବୁଲେଟ ଆସୁଛି ଯାହାର ଦାମ ସାଧାରଣ ବାଇକ ଭଳି ୬୦ ରୁ ୭୦ ହଜାର ମଧ୍ୟରେ ବଜାରରେ ଉପଲବ୍ଧ ରହିବ । କେବଳ ସେତିକି ନୁହେଁ, ଏହାର ମାଇଲେଜ କଥା ଶୁଣି ଆପଣମାନର ହୋସ ଉଡିଯିବ । ଏହି ବୁଲେଟ ୯୦ କିଲୋମିଟର ପ୍ରତି ଲିଟର ହିସାବରେ ଚାଲିବ । କେବଳ ଫର ଏତିକି ରହିଛି ବୁଲେଟକୁ ରୟାଲ ଏନଫିଲ୍ଡ କମ୍ପାନୀ ତିଆରି କରିଥିବା ବେଳେ ଏହାକୁ ଏକ ଜଣାଶୁଣା କମ୍ପାନୀ ରୟାଲ ଇଣ୍ଡିଆ ତିଆରି କରିଛି । ଏହି ବାଇକର ନାଁ ବୋଲ୍ଟ ରଖାଯାଇଛି । ଏଥିରେ ୧୦୦ ସିସିର ଇଞ୍ଜିନ ଲଗାଯାଇଛି । କିନ୍ତୁ ଏହି ବାଇକର ଲୁକ ଏବଂ ସାଉଣ୍ଡ ପାଖା ପାଖି ବୁଲେଟ ସହ ସମାନ ରହିଛି ।

ଏହି ସୁନ୍ଦର ବାଇକଟିକୁ ଭୂବନେଶ୍ୱର ସ୍ଥିତ ବାଇକ ବିଲ୍ଡର ରାୟଲ ଉଡୋ ତିଆରି କରିଛନ୍ତି । ଏହା ଦେଖିବାକୁ ବିଲକୁଲ ବୁଲେଟ ଭଳି କିନ୍ତୁ ଏଥିରେ ବୁଲେଟଭଳି ଅଧିକ ସିସିର ଇଞ୍ଜିନ ଲଗାଯାଇ ନାହିଁ । ଏହି ରୟାଲ ଇଣ୍ଡିଆ ବୋଲ୍ଟ ବାଇକରେ ୧୦୦ ସିସିର ଇଞ୍ଜିନ ଲଗାଯାଇଛି ।