ଜମାଟଙ୍କା ଫେରିବା ଆଶାରେ ହଟହଟା ଜମାକାରୀ : ଚିହ୍ନଟ ପ୍ରକ୍ରିୟା ବେଳେ ଅଚେତ ହୋଇପଡିଲେ କ୍ଷତିଗ୍ରସ୍ତ

23

vlcsnap-2016-06-18-15h12m38s965ଭଦ୍ରକ : ଜମାଟଙ୍କା ଫେରିବା ଆଶାରେ ଜମାକାରୀ ହଟହଟା । ଭଦ୍ରକ ଚାନ୍ଦବାଲିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜମାକାରୀ ଚିହ୍ନଟ ପ୍ରକ୍ରିୟା ବେଳେ ଅଚେତ ହୋଇ ପଡ଼ିଲେ ଜମାକାରୀ । ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହୋଇଥିବା ବେଳ ଅଚାନକ୍ ଚେତାଶୂନ୍ୟ ହୋଇଥିଲେ । ଚିଟଫଣ୍ଡ କଂପାନୀରେ ରୋଜଭ୍ୟାଲୀ ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଜମା ଟଙ୍କା ଫେରି ପାଇବା ଆଶାରେ ସକାଳ ୫ଟାରୁ ଆସି ଶହ ଶହ ଲାଇନ୍ ଲାଗାଉଛନ୍ତି । ଚିହ୍ନଟ ପ୍ରକ୍ରିୟାରେ ସାମିଲ ହେବା ପାଇଁ ପିଲାଛୁଆ ଧରି ଘଂଟା ଘଂଟା ଲାଇନରେ ଛିଡ଼ା ହେବାକୁ ପଡୁଛି । ତେବେ ଶହ ଶହ ଲୋକ ଆସୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ ।

Rose valleyସେପଟେ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ବି ଅନୁରୁପ ଅବସ୍ଥା । ତହସିଲ କାର୍ଯ୍ୟାଳୟରେ ଘଂଟା ଘଂଟା ଧରି ଛିଡ଼ା ହେଉଛନ୍ତି ଜମାକରୀ । ରୋଜଭ୍ୟାଲି କଂପାନୀରେ ଟଙ୍କା ଜମା ରଖିଥିବା ଶହ ଶହ ହିତାଧିକାରୀ କାଗତପତ୍ର ଧରି ଲଗାଉଛନ୍ତି ଲମ୍ବା ଲାଇନ୍ । ତହସିଲ କାର୍ଯ୍ୟାଳୟ ଖୋଲିବା ଆଗରୁ ଲାଗୁଛି ଲମ୍ବା ଲାଇନ୍ । ୨୧ ତାରିଖ ପର୍ଯ୍ୟନ୍ତ ଚିଟଫଣ୍ଡ କମ୍ପାନୀ ରୋଜଭ୍ୟାଲିର ଜମାକାରୀ ଚିହ୍ନଟ ପାଇଁ ସରକାର ସମୟ ଧାର୍ଯ୍ୟ କରିଥିବାରୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଚିହ୍ନଟ ପ୍ରକ୍ରିୟାରେ ସାମିଲ ହେବାକୁ ଜମାକାରୀ ଭିଡ ଲଗାଉଛନ୍ତି । ଜୁନ ୧ରୁ ଏହି ଚିହ୍ନଟ ପ୍ରକ୍ରୀୟା ଆରମ୍ଭ ହୋଇଥିବାବେଳେ ଜମାକାରୀଙ୍କ ସଂଖ୍ୟା ଦୃଷ୍ଟିରୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ଜମାକାରୀ ଚିହ୍ନଟ ହୋଇପାରିବ ନା ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଛିଡା ହୋଇଛି ।