କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବାରିଣିପୁଟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ବାସଭବନ ଉପରୁ ଛାତ ପଡି ପାଞ୍ଚଜଣ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ସନ୍ଧ୍ୟାରେ ନିତୁଖରା, ରଶ୍ମିତା ଖରା, ନିତୁ ବାଘ, ଆସେର ଖରା, ଦର୍ଜାମଣୀ ବାଘ ଏକ ଭଙ୍ଗା ଘରୁ ଇଟା ବାହା କରୁଥିଲେ। ଆଉ ଇଟା ବାହାର କରୁଥିବା ସମୟରେ ହଠାତ ଛାତଟି ଗଳି ପଡିଥିଲା । ଘଟଣାସ୍ଥଳରେ ୫ଜଣ ତଳେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପୁଲିସ, ଓଡ୍ରାଫ ଟିମ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ।
ସେପଟେ, ଅଗ୍ନିଶମ ବିଭାଗ ନିତୁକୁ ଉଦ୍ଧାର କରି ଜୟପୁର ଡାକ୍ତରଖାନା ପଠାଇଥିବା ବେଳେ ଅନ୍ୟ ୪ଜଣକୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇନାହିଁ । ନିତୁଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Comp-18.jpg)