କନକ ବ୍ୟୁରୋ: ସହର ନିକଟତର ହୋଇ ମଧ୍ୟ ପାହାଡ଼ ଉପରେ ପହଂଚି ପାରୁନି ଯେ।।ଜନା । ସ୍ୱାଧିନତାର ସାତ ଦଶନ୍ଧି ପରେ ବି ବଦଳି ନାହିଁ ଚିତ୍ର । ଚୌକି ସାଜିଛି ଆମ୍ବୁଲାନ୍ସ । କୋରାପୁଟ ଜିଲ୍ଳାର ରାମଗଡ଼, ଏହି ଗାଁର ଦାସରଥି ମୁଦୁଲି ଦେହଖରାପ ହେବାରୁ କୌଣସି ଉପାୟ ନ ପାଇ ଏକ ଚୌକିରେ ବସାଇ କାଉଡ଼ି କରି ପାହାଡ଼ ଉପରୁ ତଳକୁ ଆସିଲା ପରେ ଏକ ମଟର ସାଇକଲରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି ।

Advertisment

publive-image

ଏହି ଚିତ୍ର ଜିଲ୍ଳାର ସ୍ୱାସ୍ଥ୍ୟ ସେବାକୁ ପଦାରେ ପକାଇଛି । ଜୟପୁର ସହର ନିକଟ ରାମଗଡ଼ ବହୁ ପୁରୁଣା କାଳରୁ ପାହାଡ଼ି ଲୋକଙ୍କ ଜୀବନ ଜୀବିକା ସାଜିଛି । ସହରର ଚାକଚକ୍ୟ ବି ଗାଁର ପରିବେଶକୁ ବଦଳାଇପାରୁନାହିଁ । ପାହାଡ଼ ଉପରକୁ ପହଚିଂ ପାରୁନାହିଁ ସରକାରୀ ଯୋଜନା । ସ୍ୱାସ୍ଥ୍ୟ ଖରାପ ହେଲେ ଭଗବାନ ଭରସା । ଖରା ଦିନେ ଏଭଳି ଚିତ୍ର ସାମ୍ନାକୁ ଆସିଥିବା ବେଳେ ବର୍ଷା ଦିନରେ କିଭଳି ରହୁଥିବ ତାହା ସ୍ପଷ୍ଟ ଜଣା ପଡ଼ୁଛି ।