ବଡ ମଲର ବେଆଇନ କାରବାର ! ରାସ୍ତା ବିବାଦ ନେଇ ଗଣ୍ଡଗୋଳ, ଏସପ୍ଲାନେଡର ବାଟ ଓଗାଳିଲେ ସ୍ଥାନୀୟ ଲୋକ ।

35

କନକ ବ୍ୟୁରୋ : ନିଜ ଅଧିକାର ନଥିବା ଜାଗାରେ ଗେଟ୍ ନିର୍ମାଣକୁ ନେଇ ଗଣ୍ଡଗୋଳ । ଭୁବନେଶ୍ୱର ରସୁଲଗଡ଼ ଅଂଚଳରେ ଥିବା ଏସପ୍ଲାନେଟ୍ ମଲର ଏକଜିଟ୍ ଗେଟ୍ ବା ପ୍ରସ୍ତାନ ଦ୍ୱାରକୁ ନେଇ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ରସୁଲଗଡ ଇଣ୍ଡଷ୍ଟ୍ରିଆଲ ଆସୋସିଏସନର ଜାଗାରେ ଏସପ୍ଲାନେଟ୍ ମଲ୍ ପକ୍ଷରୁ ଗେଟ୍ ନିର୍ମାଣ ହୋଇଛି । ଯାହାକୁ ବିରୋଧ କରିଛି ରସୁଲଗଡ ଇଣ୍ଡଷ୍ଟ୍ରିଆଲ ଆସୋସିଏସନ ।

ଗେଟ୍ ନିର୍ମାଣକୁ ବିରୋଧ କରି ସଂଘ ପକ୍ଷରୁ ମଲ୍ ଆଗରେ ଧାରଣା ଦିଆଯାଉଥିବା ବେଳେ ହାତାହାତି ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମଲର ସିକ୍ୟୁରିଟି ଗାର୍ଡମାନେ ଆସି ଧାରଣା ଦେଉଥିବା ସଂଘର ସଦସ୍ୟଙ୍କୁ ଧମକ ଚମକ୍ ଦେଇଥିଲେ । ଏମିତିକି ସଂଘର ସଦସ୍ୟମାନଙ୍କ ଗାଡ଼ିକୁ ଉଠାଇ ରାସ୍ତାକୁ ଫୋପାଡି ଦେଇଥିଲେ । ଏହି ଘଟଣା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା । ଯେଉଁ ଗେଟକୁ ନେଇ ବିବାଦ ସୃଷ୍ଟି ହୋଇଛି ତାକୁ ବନ୍ଦ କରିବାକୁ ନିଷ୍ପତ୍ତି ହେବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି ।