ରାଜ୍ୟରେ ଚିହ୍ନଟ ହେଲା ୪୩୮ଟି ‘ବ୍ଲାକ ସ୍ପଟ୍’ । ଦୁର୍ଘଟଣାକୁ ରୋକିବା ପାଇଁ ନିଆଯିବ ଦୃଢ ପଦକ୍ଷେପ ।

ବ୍ଲାକ୍ ସ୍ପଟ୍ ଭାବେ ଚିହ୍ନଟ ହୋଇଥିବା ଏହି ୪୩୮ଟି ସ୍ଥାନ ମଧ୍ୟରୁ ସବୁଠୁ ଅଧିକ ଅଞ୍ଚଳ ରହିଛି ଯାଜପୁର ଜିଲ୍ଲାରେ।

1,627

କନକ ବ୍ୟୁରୋ: ରାଜ୍ୟର ଯେଉଁ ଯେଉଁ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି, ଲୋକଙ୍କ ଜୀବନ ଯାଉଛି, ସେଭଳି ୪୩୮ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ଦୁର୍ଘଟଣାପ୍ରବଣ ବା ବ୍ଲାକ୍ ସ୍ପଟ୍ ଭାବେ ଚିହ୍ନଟ ହୋଇଥିବା ଏହି ୪୩୮ଟି ସ୍ଥାନ ମଧ୍ୟରୁ ସବୁଠୁ ଅଧିକ ଅଞ୍ଚଳ ରହିଛି ଯାଜପୁର ଜିଲ୍ଲାରେ। ୪୩୮ଟି ବ୍ଲାକ ସ୍ପଟ୍ ମଧ୍ୟରୁ ୫୫ଟି ହେଉଛି ଯାଜପୁରର। ସେହିଭଳି ଦ୍ବିତୀୟରେ ପୁରୀ (୪୩) ଏବ˚ ତୃତୀୟରେ ଖୋର୍ଧା (୩୬) ରହିଛି।
ସଡ଼କ ଦୁର୍ଘଟଣାକୁ ନେଇ ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଦୈନିକ ହାରାହାରି ଭାବେ ରାଜ୍ୟରେ ୨୮ଟି ସଡ଼କ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାରେ ହାରାହାରି ୧୨ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୩୧ ଜଣ ଗୁରୁତର ଆହତ ହେଉଛନ୍ତି। ଏଥିରେ ନିୟନ୍ତ୍ରଣ ଆଣିବା ପାଇଁ ଥାନା ସ୍ତରରେ ନିୟମିତ ଘଟୁଥିବା ଦୁର୍ଘଟଣାର ପୂର୍ଣ୍ଣା˚ଗ ତଦନ୍ତ ରିପୋର୍ଟ କ୍ରାଇମବ୍ରାଞ୍ଚ ଆଇଜିଙ୍କ ନିକଟରେ ପ୍ରତ୍ୟେକ ମାସ ଦାଖଲ କରିବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇଜିଙ୍କ ପକ୍ଷରୁ ରିପୋର୍ଟକୁ ଅନୁଧ୍ୟାନ କରି ପରିବହନ କମିସନଙ୍କ ଅଧୀନରେ ଥିବା ରୋଡ୍ ସେଫଟି କମିଟିକୁ ପଠାଯିବ। ଏହି ରିପୋର୍ଟ ପୂର୍ତ୍ତ ବିଭାଗ ଅନୁଧ୍ୟାନ କରି ଯେଉଁ ଅଞ୍ଚଳରେ ‘ବ୍ଲାକ୍ ସ୍ପଟ୍’ ଚିହ୍ନଟ ହୋଇଛି, ଉକ୍ତ ଅଞ୍ଚଳର ରାସ୍ତା ନିର୍ମାଣ ଦାୟିତ୍ବରେ ଥିବା ଆର ଆଣ୍ତ ବି କିମ୍ବା ଏନ୍ ଏଚ୍ ଆଇ ମାଧ୍ୟମରେ ଚାଳକଙ୍କୁ ସତର୍କ କରାଇବା ପାଇଁ ବିଭିନ୍ନ ସାଇନ୍ ଏଜ୍ ଏବ˚ ସତର୍କତ ସୂଚନା ବୋର୍ଡ ଲଗାଇବ। ଏବ˚ ପରବର୍ତ୍ତୀ ପର‌୍ୟ୍ୟାୟରେ ସ୍ଥାୟୀ ମରାମତି ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।
ଜାତୀୟ କିମ୍ବା ରାଜ୍ୟ ରାଜପଥରେ ୫୦୦ ମିଟର ଦୂରତାରେ ଗଲା ୩ ବର୍ଷରେ ୫ଟି ଗୁରୁତର ଦୁର୍ଘଟଣା ଘଟିଥିବା ଅଥବା ୧୦ ଜଣ ଚାଳକଙ୍କ ମୃତ୍ୟୁ ହୋଇଥିବା ଅଞ୍ଚଳକୁ ‘ବ୍ଲାକ୍ ସ୍ପଟ୍’ ଭାବେ ଚିହ୍ନଟ କରାଯାଉଛି। ଏଗୁଡ଼ିକୁ ମୃତ୍ୟୁ ଫାଶ ବୋଲି କୁହାଯାଉଛି। ଏହି ରାସ୍ତାର ସ୍ଥାନ ମଧ୍ୟରୁ ପିଡବ୍ଲୁଡି ଅଧୀନରେ ୧୩୮ଟି, ଏନ୍.ଏଚ୍ ଅଧୀନରେ ୪୭ଟି ଏବ˚ ଏନ୍.ଏଚ୍.ଆଇ ଅଧୀନରେ ୨୫୩ଟି ‘ବ୍ଲାକ୍ ସ୍ପଟ୍’ ରହିଛି। କିନ୍ତୁ ୩୦ଟି ଜିଲ୍ଲାରୁ ସୋନପୁର, କଳାହାଣ୍ତି, ଫୁଲବାଣୀ, ଗଜପତି ଏବ˚ ବୌଦ୍ଧ ଜିଲ୍ଲାରେ ଆଦୌ ‘ବ୍ଲାକ୍ ସ୍ପଟ୍’ ବର୍ତ୍ତମାନ ସୁଦ୍ଧା ଠାବ କାରଯାଇନାହିଁ। ଏବେ ‘ବ୍ଲାକ୍ ସ୍ପଟ୍’ ଚିହ୍ନଟ ଅ˚ଚଳ ଏବ˚ ଅନ୍ୟ ସ୍ଥାନରେ ଯେଉଁ ଦୁର୍ଘଟଣା ଘଟିବ, ଥାନା ଆଇଆଇସି/ଓଆଇସି ଦୁର୍ଘଟଣାର ତଦନ୍ତ କରି ଏ ସ˚କ୍ରାନ୍ତ ରିପୋର୍ଟ କ୍ରାଇମବ୍ରାଞ୍ଚ ଆଇଜିଙ୍କ ନିକଟରେ ପ୍ରତ୍ୟେକ ମାସରେ ଦାଖଲ କରିବେ। ରିପୋର୍ଟ ହସ୍ତଗତ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପରିବହନ କମିସନଙ୍କ ଅଧୀନରେ ଥିବା ରୋଡ ସେଫ୍ଟି କମିଟିକୁ ରିପୋର୍ଟ ଦେବେ। ପରେ ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ରୋଡ ସେଫ୍ଟି ସେଲକୁ ୧୫ ଦିନ ମଧ୍ୟରେ କମିଟି ଇ-ମେଲ ଯୋଗେ ତଥ୍ୟ ପଠାଇବ। ଦୁର୍ଘଟଣାର କାରଣ ଅନୁଶୀଳନ କରାଯିବା ସହିତ ନିର୍ଦ୍ଦିଷ୍ଟ ଭାବେ କେଉଁ ଅଞ୍ଚଳରେ କେତେ ସ˚ଖ୍ୟାରେ ଦୁର୍ଘଟଣା ଘଟୁଛି- ସେ ସ˚କ୍ରାନ୍ତରେ କ୍ରାଇମବ୍ରାଞ୍ଚ ଆଇଜିଙ୍କ ପକ୍ଷରୁ ଅନୁଧ୍ୟାନ କରାଯାଇ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରୋଡ ସେଫଟି କମିଟିକୁ ରିପୋର୍ଟ ଦାଖଲ କରାଯିବ। କମିଟି ପକ୍ଷରୁ ଏପ୍ରିଲ ୧୫ ତାରିଖ ସୁଦ୍ଧା ରୋଡ ସେଫଟି ସେଲକୁ ଆଉ ଏକ ରିପୋର୍ଟ ପଠାଯିବ। ଏହି ପ୍ରକ୍ରିୟାରେ ‘ବ୍ଲାକ୍ ସ୍ପଟ୍’ ରିପୋର୍ଟର ଅନୁଧ୍ୟାନ କରାଯାଇ ଏକ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ।
ପୂର୍ତ୍ତ ବିଭାଗ ପକ୍ଷରୁ ରିପୋର୍ଟର ଅନୁଶୀଳନ କରି ଦୁର୍ଘଟଣା ଘଟିଥିବା ଅଞ୍ଚଳର ଦାୟିତ୍ବରେ ଥିବା ଆର.ଆଣ୍ତ.ବି ସର୍କଲ ଏବ˚ ଆର.ଆଣ୍ତ.ବି ଡିଭିଜନକୁ ୩୦ ଏପ୍ରିଲ ସୁଦ୍ଧା ପ୍ରାଥମିକ ଭାବେ ‘ବ୍ଲାକ୍ ସ୍ପଟ୍’ ଚିହ୍ନଟ ଅଞ୍ଚଳରେ ସାଇନ୍ ଏଜ, ରମ୍ବଲରର୍ସ, ସତର୍କ ସୂଚନା ସ˚କ୍ରାନ୍ତ ବୋର୍ଡ ଇତ୍ୟାଦି ଲଗାଇ ଗାଡ଼ି ଚାଳକଙ୍କୁ ସାବଧାନ କରାଯିବ। ପରେ ପୂର୍ତ୍ତ ବିଭାଗର ରିପୋର୍ଟ ଆଧାରରେ ‘ବ୍ଲାକ୍ ସ୍ପଟ୍’ କମିଟି, ଆର.ଆଣ୍ତ.ବି ଇ˚ଜିନିୟର ଏବ˚ ଇଣ୍ଟରନାଲ ରୋଡ ସେଫଟି ଅଡିଟର ‘ବ୍ଲାକ୍ ସ୍ପଟ୍’ ଚିହ୍ନଟ ଅଞ୍ଚଳର ଅନୁଧ୍ୟାନ କରିବେ। ରାସ୍ତା ନିର୍ମାଣରେ କେଉଁଠି ତ୍ରୁଟି ରହିଛି, ଯାଞ୍ଚ କରିବେ। ଦୁର୍ଘଟଣା ଘଟିଥିବା ଅଞ୍ଚଳର ଥାନା ପୁଲିସ ଦୁର୍ଘଟଣାର କାରଣ ଏବ˚ ନିରାକରଣ ସମ୍ପର୍କରେ କମିଟିକୁ ସହଯୋଗ କରିବ। କିଭଳି ଭବିଷ୍ୟତରେ ଦୁର୍ଘଟଣା ନଘଟିବ, ସେଥିପ୍ରତି କି ପ୍ରକାର ପଦକ୍ଷେପ ଗ୍ରହଣ କରିବା ଜରୁରି, ସେ ସମ୍ପର୍କରେ ପୁଲିସ ସହିତ ଆଲୋଚନା କରାଯାଇ ରାସ୍ତା ମରାମତି କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା କରାଯାଉଛି।
୨୦୧୭ରେ ରାଜ୍ୟରେ ୧୦ ହଜାର ୮୫୫ଟି ଦୁର୍ଘଟଣା, ୨୦୧୮ରେ ୧୧ ହଜାର ୨୬୨ଟି ଏବ˚ ୨୦୧୯ରେ ମାର୍ଚ୍ଚ ସୁଦ୍ଧା ୩ ହଜାର ୫୮ଟି ଦୁର୍ଘଟଣା ଘଟିଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।