କ୍ୟାମେରାରେ କଏଦ ହେଲା ଆକ୍ସିଡେଂଟର ଲାଇଭ ଭିଜୁଆଲ । ଦେଖନ୍ତୁ କିଭଳି ବାଇକକୁ ଧକ୍କା ଦେଲା ଆଉ ଏକ ବାଇକ୍

ଘଟଣାଟି ଘଟିଛି ରାଉରକେଲା ବିଶ୍ରା ଛକ ନିକଟରେ

958

କନକ ବ୍ୟୁରୋ: କ୍ୟାମେରାରେ କଏଦ ହେଲା ଆକ୍ସିଡେଂଟର ଲାଇଭ ଭିଜୁଆଲ । ବାଇକକୁ ଧକ୍କା ଦେଲା ବାଇକ । ଘଟଣାଟି ଘଟିଛି ରାଉରକେଲା ବିଶ୍ରା ଛକ ନିକଟରେ । ରାଉରକେଲାରେ ଓକିଲ ସଂଘର ବନ୍ଦ ପାଳନ ବେଳେ ଏହି ଦୁର୍ଘଟଣା ଘଟିଛି । ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଓ ରାସ୍ତାରୋକ ଯୋଗୁଁ ରାସ୍ତା ଭାଙ୍ଗି ଯାଉଥିବା ବେଳେ ଜଣେ ବାଇକ ଚାଳକ ଆଉ ଏକ ବାଇକରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି ।

ରାସ୍ତାରେ ଯାଉଥିବା ଏକ ବାଇକ ଚାଳକ ହଠାତ୍ ରାସ୍ତା ମଝିରେ ୟୁ ଟର୍ଣ୍ଣ କରିଥିଲେ । ଏତିକି ବେଳେ ତାଙ୍କ ପଛରେ ଥିବା ଆଉ ଜଣେ ବାଇକ ଚାଳକ ନିଜର ଭାରସାମ୍ୟ ହରାଇବସିଥିଲେ । ଏବଂ ଏହି ସମୟରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିଲା । ତେବେ ଦୁଇ ବାଇକ ଆରୋହୀ ସାମାନ୍ୟ ଆହତ ହୋଇଥିବା ବେଳେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ।