ଯାଜପୁର: ଧର୍ମଶାଳା ନିକଟରେ କାର୍ ଦୁର୍ଘଟଣା, ୩ ମୃତ

24

କନକ ବ୍ୟୁରୋ: ଯାଜପୁର ଧର୍ମଶାଳାରେ ଦୁର୍ଘଟଣାରେ କାର୍ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଧର୍ମଶାଳା ବନ୍ଦାଳ ନିକଟରେ ଏକ ଅଜଣା ଗାଡି କାରକୁ ଧକ୍କା ଦେବାରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ କଟକ ସିଟି ହସ୍ପିଟାଲର ଡାକ୍ତର ପରେଶ ମହାପାତ୍ର ଓ ଜଣେ ଫାର୍ମାସିଷ୍ଟ ଏବଂ ଡ୍ରାଇଭର ବୋଲି ଜଣାପଡିଛି । କାରଟି ଭୋଗରାଇରୁ କଟକ ଅଭିମୁଖେ ଆସୁଥିବା ବେଳେ ବନ୍ଦାଳ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ତେବେ ଦୁର୍ଘଟଣାରେ ମୃତ୍ୟୁ ବରଣ କରଥିବା ଡାକ୍ତର ହେଉଛନ୍ତି କଟକ ସିଟି ହସ୍ପିଟାଲର ଡା. ପରେଶ ମହାପାତ୍ର, ଡାକ୍ତର ରାଜେନ୍ଦ୍ର ସାମଲ ଓ କାର ଡ୍ରାଇଭର ମନୋଜ ନାୟକ। ଏହି ୩ଜଣ ଗତକାଲି ରାତିରେ ବାଲେଶ୍ୱରର ଭୋଗରାଇରୁ ଏକ କାର ଯୋଗେ ଫେରୁଥିବା ବେଳେ ଗାଡ଼ି ଉପରୁ ଭାରସାମ୍ୟ ହରାଇ ଡ୍ରାଇଭର ରାସ୍ତାକଡ଼ରେ ଥୁଆ ହୋଇଥିବା ଏକ ଟ୍ରଲରକୁ ଧକ୍କା ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଡା. ମହାପାତ୍ର ଓ ଡା. ସାମଲ ବାଲେଶ୍ୱର ଜିଲ୍ଲା ଭୋଗରାଇ ଠାରେ କୌଣସି କାର୍ୟ୍ୟ ସାରି ଏକ ହୁଣ୍ଡାଇ ଗାଡ଼ିରେ କଟକ ଫେରୁଥିବା ବେଳେ ବିଳମ୍ବିତ ରାତିରେ ବନ୍ଦାଳୋ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଉପରେ ରଖାଯାଇଥିବା ଏକ ଟ୍ରଲର ସହିତ ଧକ୍କା ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବଡ଼ଚଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକମାନଙ୍କ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।