କନକ ବ୍ୟୁରୋ : ଆଠଗଡ ଗୁରୁଡିଝାଟିଆରେ ମର୍ମନ୍ତୁଦ ଦୁର୍ଘଟଣା । କାର ଟ୍ରକ୍ ମୁହାମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଓରୋନ୍ଦା ଛକ ନିକଟରେ ଏକ କାରକୁ ଟ୍ରକଟି ସାମନା ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲକୁ ନେବା ବାଟରେ ଅନ୍ୟଜଣଙ୍କର ମୃତ୍ୟୁ ହୋଇଛି । ସମ୍ପର୍କୀୟଙ୍କ ଘର ପ୍ରତିଷ୍ଠା ଭୋଜିରେ ଯୋଗ ଦେଇ ଫେରୁଥିବାବେଳେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି ।
ଆଠଗଡ ଗୁରୁଡିଝାଟିଆରେ ମର୍ମନ୍ତୁଦ ଦୁର୍ଘଟଣା : ଓରୋନ୍ଦା ଛକରେ କାର-ଟ୍ରକ୍ ମୁହାମୁହିଁ, ୫ ମୃତ
/kanak/media/post_attachments/wp-content/uploads/2018/04/Photo-4.jpg)