ବେକାରୀ ହେଉଛି ବେକାବୁ । ଇଞ୍ଜିନିୟରିଂ ପାଠପଢ଼ି ଘରେ ବସିଛନ୍ତି ୭୮ ହଜାର ଛାତ୍ରଛାତ୍ରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ବୈଷୟିକ ମନ୍ତ୍ରୀ

ସାମନାକୁ ଆସିଛି ରାଜ୍ୟରେ ବେକାରୀ ସମସ୍ୟାର ବିକଳ ଚିତ୍ର

1,052
କନକ ବ୍ୟୁରୋ: ସାମନାକୁ ଆସିଛି ରାଜ୍ୟରେ ବେକାରୀ ସମସ୍ୟାର ବିକଳ ଚିତ୍ର । ସାରା ଦେଶରେ ବେକାରୀ ସମସ୍ୟାକୁ ନେଇ ତର୍କ ବିତର୍କ । ଦେଶରେ ରେକର୍ଡ ସୃଷ୍ଟି କରିଛି ବେକାରୀ ସମସ୍ୟା । ତେବେ ଆଜି ବିଧାନସଭାରେ ବେକାରୀକୁ ନେଇ ଚିନ୍ତା କଲା ଭଳି ତଥ୍ୟ ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରୀ, ଗୃହରେ ରଖିଥିବା ତଥ୍ୟ ଅନୁସାରେ ରାଜ୍ୟରେ ବୃଦ୍ଧି ପାଇଛି ବେକାରୀ ସମସ୍ୟା ।
ଶୀତ ଅଧିବେଶନରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏପରି ତଥ୍ୟ ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । କହିଛନ୍ତି, ରାଜ୍ୟରେ ମୋଟ୍ ୯ ଲକ୍ଷ ୨୧ ହଜାର ୪୪୮ ଜଣ ଯୁବକ ଯୁବତୀ ଜିଲ୍ଲା କର୍ମ ନିୟୋଜନରେ ପଞ୍ଜିକରଣ କରିଛନ୍ତି । ହେଲେ ସେମାନଙ୍କୁ ଚାକିରି ମିଳିନାହିିଁ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୫ ହଜାର ୫୫୬ ଜଣ ବେକାର ଅଛନ୍ତି ।
୭୮ ହଜାର ୧୮୦ ଇଞ୍ଜିନିୟରଙ୍କ ପାଖରେ କାମ ନାହିଁ । ସବୁଠୁ ଚିନ୍ତାଜନକ ହେଉଛି ଇଞ୍ଜିନିୟରିଂ ପାସ କରି ଘରେ ବସି ରହିଛନ୍ତି ହଜାର ହଜାର ଛାତ୍ର/ଛାତ୍ରୀ ।  ବିଭିନ୍ନ ବିଭିଗରେ ଡିପ୍ଲୋମା ଓ ଡିଗ୍ରୀ ହାସଲ କରିବା ପରେ ନିଯୁକ୍ତି ନପାଇ ବେକାର ହୋଇ ରହିଛନ୍ତି ।