ସବୁଜ ପନିପରିବା ଦେହକୁ ରଖେ ତାଜା । କିନ୍ତୁ ଅନେକ ଲୋକ କେତେଗୁଡିଏ ପନିପରିବାକୁ ବାରଣ କରିଥାଆନ୍ତି । ଆଉ ସବୁବେଳେ ଡାକ୍ତରମାନେ ବି ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି । କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ । ଏହି ସବୁଜ ପନିପପରିବା ଔଷଧ ଠାରୁ ବି ଅଧିକ କାମ କରିଥାଏ । ସେହିଭଳି ଏକ ଉପକାରୀ ସବୁଜ ପରିବା ହେଉଛି ଜହ୍ନୀ । ଯାହା ଶରୀର ପାଇଁ ଖୁବ ଉପକାରୀ । ଭିଟାମିନ ଓ ମିନେରାଲରେ ଭରପୂର ଜହ୍ନୀ । ପେଟରେ ଥିବା ଷ୍ଟୋନ ଦୂରେଇବାରେ ସାହାଯ୍ୟ କରିଥାଏ ଏହି ପରିବା ।
- କ୍ୟାରୋଟିନ ନାମକ ଏକ ପଦାର୍ଥ ଜହ୍ନିରେ ଥାଏ ଯାହା ଆଖିର ନର୍ଭକୁ ଶକ୍ତ କରିବା ସହ ଦୃଷ୍ଟିଶକ୍ତି ବଢାଇଥାଏ ।
- ଚର୍ମର ବିଭିନ୍ନ ପ୍ରକାର ସଂକ୍ରମଣ ରୋଗରୁ ମୁକ୍ତି ଦିଏ ଜହ୍ନୀ ।
-ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏହି ପରିବା । ଫଳରେ ଦେହକୁ ସଂକ୍ରମଣ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।
-ରକ୍ତକୁ ପରିଷ୍କାର ରଖିବାରେ ସହାୟତା କରିଥାଏ ଜହ୍ନୀ । ତା ସହ ଅର୍ସ ରୋଗୀଙ୍କ ପାଇଁ ଔଷଧ ଭଳି କାମ କରିଥାଏ ।
- ମୋଟାପଣ କମାଇବାରେ ସାହାଯ୍ୟ କରିଥାଏ ଜହ୍ନି ।
-ଗାଇ କ୍ଷୀରରେ ଓ ଜହ୍ନିକୁ ଗ୍ରାଇଣ୍ଡିଂ କରି ନିୟମିତ ପିଇଲେ ପେଟରୁ ଷ୍ଟୋନ ଦୂରେଇ ଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/janhi.jpg)