କନକ ବ୍ୟୁରୋ : ଏଣିକି ପାଖରେ ଡକ୍ୟୁମେଣ୍ଟ ନଥିଲେ ବି ଫାଇନ୍ ମାଗିପାରିବେନି ଟ୍ରାଫିକ୍ ପୋଲିସ । ଆଗାମୀ ଦିନରେ ଡିଜିଟାଲ ପଦ୍ଧତିରେ ଗାଡ଼ି ସଂପର୍କିତ ପ୍ରମାଣପତ୍ର ଦେଖାଇଲେ ଏହା ଗ୍ରହଣୀୟ ହେବ । ଏନେଇ ପରିବହନ କମିସନର ରାଜ୍ୟର ସବୁ ଜିଲ୍ଲାର ଏସ୍ପିମାନଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି । ଲୋକେ ଟ୍ରାଫିକ୍ ପୁଲିସ ନିକଟରେ ଡିଜି ଲକର ଓ ଏମ୍-ପରିବହନ ଆପ୍ ମାଧ୍ୟମରେ ପ୍ରମାଣପତ୍ର ଦେଖାଇ ପାରିବେ । ପରିବହନ କମିସନର ଚିଠିରେ ଉଲ୍ଲେଖ କରିଛନ୍ତି, ଲୋକେ ଗାଡ଼ି ସଂପର୍କିତ କାଗଜପତ୍ର ଡିଜିଟାଲ ପଦ୍ଧତିରେ ଦେଖାଇଲେ ଗ୍ରହଣ କରାଯାଉ ।
ଆଜିର ଦିନରେ ଯେଉଁମାନେ ଯାନବାହନ ଚଳାଉଛନ୍ତି, ଶତପ୍ରତିଶତ ଲୋକଙ୍କ ନିକଟରେ ସ୍ମାର୍ଟଫୋନ୍ ରହୁଛି । ତେଣୁ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଲୋକେ ଏମ୍-ପରିବହନ ଓ ଡିଜିଲକର ଆପ୍ ମାଧ୍ୟମରେ ସେମାନଙ୍କର ଗାଡ଼ି ସଂପର୍କିତ ପ୍ରମାଣପତ୍ର ରଖି ଆବଶ୍ୟକ ପଡ଼ିଲେ ପୁଲିସକୁ ଦେଖାଇଲେ ସେମାନଙ୍କୁ ସୁବିଧା ହେବ । ଲୋକଙ୍କୁ ଘରୁ ବାହାରିବା ବେଳେ ଗାଡ଼ି ସଂପର୍କିତ କାଗଜପତ୍ର ହାତରେ ଧରି ଯିବାକୁ ପଡ଼ିବ ନାହିଁ । ପୁଲିସ ଏହାକୁ ଗ୍ରହଣ କରିବାକୁ ଚିଠି ମାଧ୍ୟମରେ ଜଣାଇଛନ୍ତି ପରିବହନ କମିସନର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/Traffic-Checking-in-BBSR.jpg)