ଏହି ଗରୀବ ଶିକ୍ଷକ ଏମିତି ବନିଲେ ୨.୭୧ ଲକ୍ଷ କୋଟିର ମାଲିକ ! ଏବେ ରଚିଲେ ଇତିହାସ

ଶିକ୍ଷକ ଚାକିରୀ ଛାଡି ଆରମ୍ଭ କରିଥିଲେ କମ୍ପାନୀ

134

ଇ-କମର୍ସ କମ୍ପାନୀ ଆଲିବାବା ନିଜର ବାର୍ଷିକ ଦିନିକିଆ ସେଲ୍ ରେ ପୁଣି ଥରେ ବିଶ୍ୱ ରେକର୍ଡ କରିଛି । କମ୍ପାନୀ ସେଲ୍ ର ପ୍ରଥମ ୫ ମିନିଟରେ ହିଁ ୩ ବିଲିୟନ୍ ଡଲାର(ପାଖାପାଖି ୨୧,୬୦୦ କୋଟି ଟଙ୍କା)ର ଜିନିଷ ବିକ୍ରି କଲେ । ଆଲିବାବା ୨୪ ଘଣ୍ଟାରେ ୩୦୦ କୋଟି ଡଲାର(ପାଖାପାଖି ୨.୧୬ ଲକ୍ଷ କୋଟି ଟଙ୍କା)ର ଜିନିଷ ବିକ୍ରି କରିଛନ୍ତି । କମ୍ପାନୀ ନିଜର ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିଛି । ଜାଣନ୍ତୁ ଆଲିବାବାଙ୍କ ଜୀବନ ସହିତ ଜଡିତ କିଛି ଜରୁରୀ କଥା ।

ଯଦି ମନରେ କିଛି କରିବାର ଉତ୍ସାହ ଅଛି ଯଦି ଦୁନିଆର କୌଣସି ପ୍ରତିବନ୍ଧକ ଆପଣଙ୍କୁ ରୋକିପାରିବ ନାହିଁ । ଏମିତି ଏକ ସଫଳତାର କାହାଣୀ ଇ-କମର୍ସର ମହାନ ଆଲିବାବାର ଫାଉଣ୍ଡର ଜେକ୍ ମା’ଙ୍କ । ଆସନ୍ତୁ ଜାଣିବା ଜେକ୍ ମା’ଙ୍କ ବ୍ୟବସାୟିକ ଯାତ୍ରା ବିଷୟରେ କି ସେ ଗରୀବ ଶିକ୍ଷକରୁ ୨.୭୧ ଲକ୍ଷ କୋଟି ଟଙ୍କାର ମାଲିକ କେମିତି ବନିଲେ ।

ଶିକ୍ଷକ ଚାକିରୀ ଛାଡି ଆରମ୍ଭ କରିଥିଲେ କମ୍ପାନୀ : ବିଲ ଗେଟ୍ସ ବା ଷ୍ଟିଭ୍ ଜବ୍ସଙ୍କ ଭଳି ଜେକ୍ ମା’ଙ୍କ ପାଖରେ କମ୍ପ୍ୟୁଟର ସାଇନ୍ସ ର କିଛି ବି ଜଣାନଥିଲା । ଛୋଟବେଳେ ସେ କମ୍ପ୍ୟୁଟର ବ୍ୟବହାର କରିନଥିଲେ । ଗଣିତ ପେପରରେ ଥରେ ୧୨୦ ଅଙ୍କରୁ ୧ ମାର୍କ ମିଳିଥିଲା । ଏମିତିରେ ତାଙ୍କର ସଫଳତାର କାହାଣୀ ଆହୁରି ହଇରାଣ କରିଦିଏ । ବର୍ଷ ୧୯୯୯ ଫେବୃୟାରୀରେ ରଖିଥିଲେ ଆଲିବାବାର ମୂଳଦୁଆ । ପ୍ରାରମ୍ଭିକ ଅସୁବିଧା ପରେ ତାଙ୍କ କମ୍ପାନୀ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଲା ।